Home ଜିଲ୍ଲା ପରିକ୍ରମା “ଅଖିଳ ଭାରତୀୟ ଦୁଃଖୀ ସମାଜ” ପକ୍ଷରୁ ସଫେଇ ଓ ମେଗା ରକ୍ତଦାନ ଶିବିର

“ଅଖିଳ ଭାରତୀୟ ଦୁଃଖୀ ସମାଜ” ପକ୍ଷରୁ ସଫେଇ ଓ ମେଗା ରକ୍ତଦାନ ଶିବିର

7

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ପ୍ରସିଦ୍ଧ ଧର୍ମଗୁରୁ ସୈୟଦ ଶାହା ୱସିମ ଅଖତର କାଦରୀ (ସାନ ସରକାର ବାବା) ଓରଫ ମାମାଜାନଙ୍କ ଭଦ୍ରକ ରହଣି ସମୟରେ ସମାଜ ସେବାରେ ଲିପ୍ତ ରହି ଅନେକ ଜନହିତକର କାର୍ଯ୍ୟ କରିଛନ୍ତି । ଗରିବ ଲୋକମାନେ ଅସୁବିଧା ସମୟରେ ରକ୍ତ ପାଇଁ ବହୁ ହଇରାଣ ହୋଇଥିବା ସମୟରେ ୨୦୦୫ ମସିହାରେ “ଅଖିଳ ଭାରତୀୟ ଦୁଃଖୀ ସମାଜ” ସଂସ୍ଥା ଆରମ୍ଭ କରି ରକ୍ତଦାନ ଶିବିର ଆରମ୍ଭ କରିଥିଲେ । ତାଙ୍କର ଦେହାନ୍ତ ପରେ ବାବାଙ୍କ ଭକ୍ତମାନେ ମଧ୍ୟ ଏହି ପଥକୁ ଅନୁସରଣ କରୁଛନ୍ତି । ସକ।।ଳ ୬ ରୁ ସକାଳ ୮.୩୦ ଘଟିକା ପର୍ଯ୍ୟନ୍ତ ପ୍ରତ୍ୟେକ ଗାଁରେ ସଫେଇ କାର୍ଯ୍ୟ ହୋଇଥିଲା । ଆଜି ସାନ ସରକାର ବାବାଙ୍କ ୬୯ତମ ଜନ୍ମତିଥି ଉପଲକ୍ଷେ ସଭାପତି ଇଂ ମନାୱର ହୋସେନ, ସଂପାଦକ ଇଂ ରେଜାଏ ରସୁଲ, ଇଂ. ହବିବୁଲ୍ଲା ଖାଁ, ହାଜୀ ହୁମାୟୁନ, ଲିୱା ମାଷ୍ଟର, ସବ୍‌ବିର ଅଲି, ଅବୁ ହୋସେନ ଖାଁ, ଜମିଲ ଅଖତର ଖାଁ, ହାଜି ତବାରକ ଅଲି, ମତଲୁବ ଅଲି, ସକିଲୁଜ ଜମା, ମହମ୍ମଦ ଜକାଉଲ୍ଲା, ହାଜି ଅବଦୁଲ ମୁକିତ ଖାଁ, ଗୋଲାମ ମୋହିଦ୍ଦିନ ଓ ନାସର ଅଲିଙ୍କ ନେତୃତ୍ୱରେ ସକାଳ ୯ ଘଟିକାରୁ ସନ୍ଧ୍ୟା ୭.୩୦ଟା ପର୍ଯ୍ୟନ୍ତ ପ୍ରତିକୂଳ ପାଗ ସତ୍ୱେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଭଦ୍ରକ ରକ୍ତଭଣ୍ଡାରର ବିମଳା ମିଶ୍ର, ଡାକ୍ତର ଶରତ ଚନ୍ଦ୍ର ଆଚାର୍ଯ୍ୟ, ଡାକ୍ତର ଫରମାନ ନବୀ, ଡାକ୍ତର ହରୀ ନାୟକଙ୍କ ଟିମ (୪୧୧) ୟୁନିଟ, କଟକ ଏସ.ସି.ବି ରକ୍ତ ଭଣ୍ଡାରର ସବ୍ୟସଚି ଆଚାର୍ଯ୍ୟଙ୍କ ଟିମ (୨୦୨) ୟୁନିଟ, ଯାଜପୁର ରକ୍ତ ଭଣ୍ଡାରର ଡାକ୍ତର ପ୍ରଶାନ୍ତ କୁମାର ବିଶ୍ୱାଳଙ୍କ ଟିମ (୩୯୦) ୟୁନିଟ, ଭଦ୍ରକର ସର୍ବମୋଟ (୧୦୦୩) ୟୁନିଟ ସହ ସୋରରେ ମୁସ୍ତକିମ ଖାନ, ସାହାଦତ୍ ଖାନଙ୍କ ସଂଯୋଜନାରେ (୧୫୬) ୟୁନିଟ, ବାଲେଶ୍ୱରରେ ଶେଖ ଅୟୁବଙ୍କ ସଂଯୋଜନାରେ (୭୦୦) ୟୁନିଟ, ଜଳେଶ୍ୱରରେ ମୀର ଅବଦୁଲ ରହେମାନଙ୍କ ସଂଯୋଜନାରେ (୧୦୭) ୟୁନିଟ, ବାରିପଦାରେ ସେକ ସଲାଉଦ୍ଦିନ, ଶେଖ ସାହିଲ, ଏନାମ ଖାଁଙ୍କ ସଂଯୋଜନାରେ (୫୫) ୟୁନିଟ ସହ ସର୍ବମୋଟ (୨୦୨୧) ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

ଭଦ୍ରକର ବହୁ ଯୁବକ ଯୁବତୀ ଶ୍ରଦ୍ଧାର ସହ ରକ୍ତଦାନ କରିଥିଲେ । ଏହି ରକ୍ତଦାନ ଶିବିରରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ପୌରପାଳିକାର ଅଧ୍ୟକ୍ଷା ଗୁଲମକ୍କି ହବିବ, ଜଗନ୍ନାଥ ସ୍ୱାଇଁ, ଯୁବ ନେତା ନଳିନୀ ମହାନ୍ତି, ସୁଭେନ୍ଦୁ ରାଏ ମହାପାତ୍ର, ସାଇ ମହାପାତ୍ର, ଅଜୟ ନାୟକ, ବିଦ୍ୟାଧର ସାହୁ, ସି.ଟି.ଡିଏସପି ଅଂଶୁମାନ ଦ୍ୱିବେଦୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ପୁରୁଣାବଜାର ଥାନା ଅଧିକାରୀ ନିରୋଜ କୁମାର ସାମଲ, ହାଜୀ ଅବଦୁଲ ବାରୀ, ହାଜୀ ଶେଖ ଏନାମ ମହମ୍ମଦ, ଡଃ ବାଇଧର ସାହୁ, ନାସିର ବକ୍ସ, ହରୀ ନନ୍ଦୀ, ହାଜୀ କାସିମ ଖାଁ, ଆଇନଜୀବି ତାହେର ମହମ୍ମଦ, ଜାହିଦ ହବିବ, ସନିଆ ନନ୍ଦ ଓ ମିଡିଆ ସେଲ ସଂଯୋଜକ ଶେଖ ଅନୱର ପ୍ରମୁଖ ଯୋଗଦାନ କରିଥିଲେ । ଅଖିଳ ଭାରତୀୟ ଦୁଃଖୀ ସମାଜର ସଭ୍ୟ ସେଖ ଆସିଫ ଅଲୀ, ଝମ ଝମ ଅଲୀ, ଅତହର ଅଲୀ, ମୋଜୋ ଖାଁ, ମିର୍ଜା ଫରିଦ ବେଗ, ମିର୍ଜା ଏକ୍ରାମ ବେଗ, ତନୱିର ଖାଁ, ଜାୱେଦ ଅଖତର, ଶେଖ ହବିବୁଲ୍ଲା, ମୁସ୍ତାକ ଗୌହର ପ୍ରମୁଖ ଉପସ୍ଥିତ ରହିଥିଲେ ଏବଂ ରକ୍ତଦାତାମାନଙ୍କୁ ମିର୍ଜା ଏଜାଜ ବେଗ, ସେଖ ଜୁଲଫୁକାର, ଜହିରୁଦ୍ଦିନ ଖାଁ, ଅବଦୁଲ ରହେମାନ, ଦୟାନ ଜିଆ, ମହେବୁବ ଖାଁ, ଫାରୁକ୍ ଖାଁ, ସେଖ ମଇରାଜୁଦ୍ଦିନ ପ୍ରମୁଖ ସହଯୋଗ କରି ରକ୍ତଦାନର ପ୍ରମାଣପତ୍ର ଦେଇଥିଲେ । ଶେଷରେ ଏନ.ପି.ଜି ତରଫରୁ ସାନ ସରକାରବାବା ଓ ବଡ଼ ସରକାର ବାବାଙ୍କ ସମାଧିରେ ଚାଦର ଚଢ଼ାଯାଇଥିଲା । ମେଗା ରକ୍ତଦାନ ଶିବିରର ସଫଳତା ପାଇଁ “ଅଖିଳ ଭାରତୀୟ ଦୁଃଖୀ ସମାଜ” ଭଦ୍ରକବାସୀ ସହ ସୋରୋ, ବାଲେଶ୍ୱର, ଜଳେଶ୍ୱର, ବାରିପଦାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.