Home ଜିଲ୍ଲା ପରିକ୍ରମା ହଜରତ୍ କାଲେ ଶାହା ବାବାଙ୍କ ବାର୍ଷିକ ଉତ୍ସବ ଉଦ୍‌ଯାପିତ

ହଜରତ୍ କାଲେ ଶାହା ବାବାଙ୍କ ବାର୍ଷିକ ଉତ୍ସବ ଉଦ୍‌ଯାପିତ

27

ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣାବଜାର ସ୍ଥିତ ସାନଶଙ୍କରପୁର କେବି ମାର୍କେଟଠାରେ ‘ଅଞ୍ଜୁମନ ତାଜିମ ଅଓଲିଆ କମିଟି’ ଆନୁକୂଲ୍ୟରୁ ଅନୁଷ୍ଠିତ ହଜରତ୍ କାଲେ ଶାହା ବାବାଙ୍କ ବାର୍ଷିକ ଉତ୍ସବ ସମାରୋହ ଉଦ୍‌ଯାପିତ ହୋଇ ଯାଇଛି । କମିଟିର ନୀତି ନିୟମ ଅନୁଯାୟୀ ବାବାଙ୍କ ଗୋସଲଖାନୀ, କୁଲ ସରିଫ୍ ଓ ଚାଦର ଚଢା କାର୍ଯ୍ୟକ୍ରମ ସରିଲା ପରେ ରାତ୍ରି ୯ ଘଟିକା ସମୟରେ ଏକ ବିରାଟ ଧର୍ମସଭାର ଆୟୋଜନ କରାଯାଇଥିଲା । ଏହି ଧର୍ମ ସଭା ହାଫିଜ୍ ଅବଦୁଲ ରହିମଙ୍କ ‘କୁରାନ ତିଲାଓତ’ ଏବଂ ଓଡ଼ିଶା ପ୍ରସିଦ୍ଧ କବି ମୁକ୍ତା ଗୌହରଙ୍କ ସଂଚାଳନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୌଲାନା ମୁଫତି ଅୟୁବ ମଝର କାଦରୀ, କବି ସିକନ୍ଦର ସାଦାବ, କବି ମୁମତାଜ ଜମନ, କବି ଇରସାଦ ଆରଜୁ ଏବଂ ମୋଇନ ସଫକ ପ୍ରମୁଖ ଯୋଗ ଦେଇ ବାବାଙ୍କ ନୀତିବାଣୀ ଉପରେ ଆଲୋକପାତ କରିଥିଲେ । ଏଥିରେ ଦଳୀୟ ନେତାମାନେ ମଧ୍ୟ ଯୋଗଦାନ କରିଥିଲେ । ଏହି ସମାରୋହକୁ ସଭାପତି ଶେଖ ଚାନ୍ଦୋ, ସମ୍ପାଦକ ଶେଖ ଜୁଲଫୁକାର, ଶେଖ ସଲିମ, ଅଫ୍‌ସର ଅଲୀ ଖାନ୍‌, ଜାନ ମହମ୍ମଦ ଖାନ୍‌, ତାଜୁଦ୍ଦିନ ଖାଁ ଏବଂ କମାଲ ଖାନ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.