Home ଜିଲ୍ଲା ପରିକ୍ରମା ସୟା ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ପରଲୋକ

ସୟା ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ପରଲୋକ

21

ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ସୟା ପଞ୍ଚାୟତର ପୂର୍ବତନ ସରପଞ୍ଚ ଗୋକୁଳାନନ୍ଦ ମଲିକଙ୍କର ବୁଧବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୨ବର୍ଷ ହୋଇଥିଲା । ସେ ଗତ କିଛି ଦିନ ଧରି ଶାରୀରିକ ଭାବେ ଅସୁସ୍ଥ ଥିଲେ । ତାଙ୍କୁ ବୁଧବାର ଚିକିତ୍ସା ପାଇଁ ପ୍ରଥମେ ତିହିଡ଼ି ଓ ପରେ କଟକ ବଡ ଡାକ୍ତରଖାନାକୁ ନିଆଯିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ସେହିଦିନ ରାତିରେ ତାଙ୍କ ମର ଶରୀରକୁ ଅଣାଯାଇ ତିହିଡ଼ି ବିଜେଡି କାର୍ଯ୍ୟାଳୟ ପରିସରରେ ଶେଷଦର୍ଶନ ପାଇଁ ରଖା ଯାଇଥିଲା । ପରେ ତାଙ୍କ ବାସଭବନ ବାଲିଚତୁରି ଗ୍ରାମକୁ ନିଆଯାଇଥିଲା । ସ୍ୱର୍ଗତ ମଲିକ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସୟା ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇ ପଞ୍ଚାୟତର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରି ପ୍ରଶଂସାଲାଭ କରିଥିଲେ । ସେ ଜଣେ ଦକ୍ଷ ସଂଗଠକ, ଅମାୟିକ, ପରୋପକାରୀ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ । ସେ ଦୀର୍ଘଦିନ ଧରି ବିଜେଡି ଦଳରେ ରହି ପଞ୍ଚାୟତରେ ସଂଗଠନକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଗୁରୁବାର ସକାଳେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ପଞ୍ଚାୟତ ପରିକ୍ରମା କରାଯାଇ ଅନ୍ତ୍ୟେଷ୍ଟିକ୍ରିୟା ସମାପନ କରାଯାଇଥିଲା । ବଡ଼ପୁଅ ହୃଦାନନ୍ଦ ମଲିକ ମୁଖାଗ୍ନି ଦେଇଥିଲେ । ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଉପାଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରବୀର ନାୟକ, ଜିଲା ବିଜେଡି ଉପସଭାପତି ସୁରେନ୍ଦ୍ର ନାୟକ, ସମ୍ପାଦକ କମଳାକାନ୍ତ ଲେଙ୍କା, ଶିକ୍ଷାବିତ ସୁରେନ୍ଦ୍ର ନାୟକ, ଯୁବ ବିଜେଡି ବ୍ଲକ ସଭାପତି ଛନ୍ଦା ଚରଣ ନାୟକ, ଶୁଭେନ୍ଦୁ ମଲ୍ଲିକ, ଅଭୟ ବିଶ୍ୱାଳ, ବିଷ୍ଣୁ ଚନ୍ଦ୍ର ଦାଶ, ପଦ୍ମଲୋଚନ ପତି, ନଳିନୀ ନାୟକ, ଜିତେନ୍ଦ୍ର ମଲିକ, ଅଜୟ ବେହେରା, ଗଣେଶ ନାୟକ, ବାଦଲ ମହାଳିକ, ଦେବୀପ୍ରସାଦ ପତି, ଲକ୍ଷ୍ମୀକାନ୍ତ ମଳିକ, ପ୍ରଦୀପ ରାଉଳ, ନୃତ୍ୟଗୋପାଳ ନାୟକ, ପ୍ରଫୁଲ୍ଲ ଦାସ, ସୌମ୍ୟଗୋପାଳ ନାୟକ, ସରପଞ୍ଚ ପ୍ରତିନିଧି ରବିନ୍ଦ୍ର ଶତପଥି, ବିଜେପି ନେତା ଉଦୟନାଥ ମଲିକ ପ୍ରମୁଖ ତାଙ୍କର ଅନ୍ତିମ ଦର୍ଶନ କରିଥିବା ବେଳେ ସାଂସଦ ମଂଜୁଲତା ମଣ୍ଡଳ, ପୁର୍ବତନ ବିଧାୟକ ବିଜୟ ନାୟକ ଓ ମୁକ୍ତିକାନ୍ତ ମଣ୍ଡଳ, ଜିଲା ପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ, ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ବିଜେଡି ବ୍ଲକ ସଭାପତି ରଘୁନାଥ ପଣ୍ଡା, ପୂର୍ବତନ ସରପଞ୍ଚ କୀର୍ତ୍ତନ ରାଉତ, ଧାମନଗର ଯୁବ ବିଜେଡି ସଭାପତି ସୁଧନ୍ୱା ନାୟକ, ବିଜେଡି ଜିଲା ସାଧାରଣ ସମ୍ପାଦକ ଚିନ୍ତାମଣି ଦାସ ପ୍ରମୁଖଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଓ ଗ୍ରାମବାସୀ ଗଭୀର ଶୋକପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.