Home ଜିଲ୍ଲା ପରିକ୍ରମା ତିହିଡ଼ିରେ ନୂତନ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ଯୋଗଦାନ

ତିହିଡ଼ିରେ ନୂତନ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ଯୋଗଦାନ

15

ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର ଭାବେ ଦେବୀପ୍ରସନ୍ନ ସାରସ୍ୱତ ଗୁରୁବାର କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ ଅତିରିକ୍ତ ତହସିଲଦାର ଭାବେ ନମିତା ଧଳ ବୁଧବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ତହସିଲଦାର ଦେବୀପ୍ରସନ୍ନ ସାରସ୍ୱତ ଆନନ୍ଦପୁର ତହସିଲରେ ଦୀର୍ଘଦିନ ଧରି ରହି ଦକ୍ଷତାର ସହ କାର୍ଯ୍ୟ କରି ସୁନାମ ଅର୍ଜନ କରିଛନ୍ତି । ସେହିପରି ଅତିରିକ୍ତ ତହସିଲଦାର ନମିତା ଧଳ ବେତନଟି ତହସିଲରେ ମଧ୍ୟ ଲୋକମାନଙ୍କର କାର୍ଯ୍ୟ ସୁଚାରୁ ରୂପେ ସମାଧାନ କରି ଲୋକପ୍ରିୟତା ଅର୍ଜନ କରିଛନ୍ତି । ତିହିଡ଼ିର ଜନସାଧାରଣଙ୍କର ସମସ୍ୟା ଉପରେ ଅଗ୍ରାଧିକାର ଭିତ୍ତିରେ ଗୁରୁତ୍ୱ ଦେଇ ସମାଧାନ କରିବେ ବୋଲି ତହସିଲଦାର ଶ୍ରୀ ସାରସ୍ୱତ ଓ ଅତିରିକ୍ତ ତହସିଲଦାର ଶ୍ରୀମତୀ ଧଳ ପ୍ରକାଶ କରିଛନ୍ତି । ନୂତନ ଭାବେ ଯୋଗଦାନ କରିଥିବା ପରେ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ କର୍ମଚାରୀମାନମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ପରେ ଦୁଇ ଅଧିକାରୀ କର୍ମଚାରୀଙ୍କୁ ନେଇ ଏକ ବୈଠକ କରି ତହସିଲର ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ଏହି ବୈଠକରେ ମୁଖ୍ୟ କିରାଣି ବୁଦ୍ଧିରାମ ଟୁଡୁ, ନାଜର ସୁରେନ୍ଦ୍ର ଗୋଚ୍ଛାୟତ, କିରାଣି ପୂର୍ଣ୍ଣଚନ୍ଦ୍ର ସାହୁ, ସୁପର ଭାଇଜର ଗିରିଶ ଚନ୍ଦ୍ର ନାୟକ, ଆରଆଇ ମହେଶ୍ୱର ରଣା ଓ ମୀନକେତନ ଦାସ, କର୍ମଚାରୀ ଦେବାଶିଷ ମହାପାତ୍ର, ମନୋଜ ବେହେରା, ପୁଷ୍ପଲତା ମହାନ୍ତି ପ୍ରମୁଖଙ୍କ ସହିତ ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ । ତିହିଡି ଓକିଲ ସଂଘ ସମେତ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତିବିଶେଷ ନୂତନ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.