Home କେନ୍ଦୁଝର ସଢ଼ା ପଞ୍ଚାୟତରେ ଗାନ୍ଧୀଜୟନ୍ତୀ ଓ ସ୍ୱତନ୍ତ୍ର ଗ୍ରାମସଭା

ସଢ଼ା ପଞ୍ଚାୟତରେ ଗାନ୍ଧୀଜୟନ୍ତୀ ଓ ସ୍ୱତନ୍ତ୍ର ଗ୍ରାମସଭା

91

ହାଟଡିହି, ୩ /୧୦-(ଓଡିଆପୁଅ/ ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସଢ଼ା ପଞ୍ଚାୟତରେ ଗାନ୍ଧୀ ଜୟନ୍ତୀ ଓ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଜୟନ୍ତୀ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମରେ ପଞ୍ଚାୟତର ପିଇଓ ଡମ୍ବରୁଧର ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ ଜ୍ୟୋତିରଞ୍ଜନ ସାମନ୍ତରାୟ, ଜିଆରଏସ ଅନନ୍ତ ଚରଣ ସ୍ୱାଇଁ, ବୈଦ୍ୟନାଥ ସାମଲ, ପୁର୍ଣ୍ଣଚନ୍ଦ୍ର ଦାସ, ଖଗେଶ୍ୱର ବେହେରା, ସନ୍ତୋଷ ଜେନା, ହରେକୃଷ୍ଣ ସୁତାର, ଶ୍ୟାମ ସୁନ୍ଦର ସାମଲ, ଲକ୍ଷ୍ମୀଧର ଜେନା ପ୍ରମୁଖ ଯୋଗଦେଇଥିଲେ । କାର‌୍ୟ୍ୟକ୍ରମର ପ୍ରାରମ୍ଭରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ଗାନ୍ଧୀଙ୍କ ଶାନ୍ତି ଓ ଅହିଂଶା ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ପରେ ୱାର୍ଡ ସଭ୍ୟସଭ୍ୟା ମାନଙ୍କୁ ନେଇ ସାମାଜିକ ଦୁରତାରେ ଗ୍ରାମସଭା ଅନୁଷ୍ଠିତ କରାଯାଇ ବିଭିନ୍ନ ଯୋଜନାକୁ ପାରିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.