Home କଟକ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସଚେତନତା କାର୍ଯ୍ୟକ୍ରମ

ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସଚେତନତା କାର୍ଯ୍ୟକ୍ରମ

34

କଟକ, ୨୨/୧୧(ଓଡ଼ିଆ ପୁଅ/ ଅଭୟ ଜେନା) Fourm for Prevention of Road Accident ଅନୁଷ୍ଠାନ ତରଫରୁ ସଡ଼କ ଦୁର୍ଘଟଣା ନିୟନ୍ତ୍ରଣ କରିବା ପାଇଁ ଏକ କର୍ମଶାଳା ସ୍ଥାନୀୟ ମାରିଟାଇମ ମ୍ୟୁଜିଅମଠାରେ ଅନୁଷ୍ଠିତ ହୋଇଯାଇଛି। ଦିବସ ବ୍ୟାପୀ ଚାଲିଥିଵା ଏହି ସଚେତନତା କାର୍ଯ୍ୟକ୍ରମ ର ଉଦ୍ଘାଟନ ସମାରୋହରେ ମୁଖ୍ୟଅତିଥି ଭାବେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ସଡ଼କ ଦୁର୍ଘଟଣା କୁ ଯଥାସମ୍ଭବ ହ୍ରାସ କରିବା ପାଇଁ ଉପାଦେୟ ଉପଦେଶ ପ୍ରଦାନ କରିଥିଲେ। ସଡ଼କ ଦୁର୍ଘଟଣା ପରେ ଆହତ ଲୋକଟି କିପରି ତୁରନ୍ତ ଚିକିତ୍ସା ପାଇପାରିବ ତାହା ଉପରର ଫୋରମ ଅଧିକ କଯ୍ୟାନୁଷ୍ଠାନଗ୍ରହଣ କରିବା ପାଇଁ କର୍ମଶାଳାରେ ଆଲୋକପାତ କରାଯାଇଥିଲା। ଏହି ଅବସରରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ସାଧରଣ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ମଧ୍ୟ ଆୟୋଜିତ ହୋଇଥିଲା। ସଡ଼କ ଦୁର୍ଘଟଣାରେ ଆହତଙ୍କ ପାଇଁ ଅତ୍ୟାବଶ୍ୟକ Truma Care ଉପରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ସଡ଼କ ଦୁର୍ଘଟଣା ଏବେ କମିଶନରେଟ ପୋଲିସର ଏକ ବଡ଼ ମୁଣ୍ଡବିନ୍ଧାର କାରଣ ପାଳିଟିଥିବା ବେଳେ କିପରି ଏହାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି କମା ଯାଇପାରିବ ସେ ନେଇ ଅଧିକ ଯତ୍ନଶୀଳ ହେବାକୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଉଲ୍ଲେଖନୀୟ ଯେ ପ୍ରତିବର୍ଷ ନଭେମ୍ବର ତୃତୀୟ ରବିବାର ଏହି ଦିବସକୁ ପାଳନ କରାଯାଇଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.