Home ଓଡ଼ିଶା କଟକ ଜିଲ୍ଲା ମାହାଙ୍ଗା ନୃତାଙ୍ଗ ଅଞ୍ଚଳର ଡବଲ୍ ମର୍ଡର ମାମଲା – ୩ ଜଣଙ୍କ କଲ୍...

କଟକ ଜିଲ୍ଲା ମାହାଙ୍ଗା ନୃତାଙ୍ଗ ଅଞ୍ଚଳର ଡବଲ୍ ମର୍ଡର ମାମଲା – ୩ ଜଣଙ୍କ କଲ୍ ଡିଟେଲ୍ସ ବାହାର କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

32

କଟକ ୨୨/୧୧(ଓଡ଼ିଆ ପୁଅ/ ଅଭୟ ଜେନା) କଟକ ଜିଲ୍ଲାର ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୁଣି ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ମନ୍ତ୍ରୀଙ୍କ ପିଏ ବାପି ବିଶ୍ୱାଳ, ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମୃତ ପ୍ରଫୁଲ୍ଲ ବିଶ୍ୱାଳ ଓ ମାହାଙ୍ଗା ବ୍ଲକ ଅଧକ୍ଷଙ୍କ ହତ୍ୟା ସମୟ ଗୁଡିକର କଲ ରେକର୍ଡ ଯାଞ୍ଚ କରାଯିବା ନେଇ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ସାଲେପୁର jmfc କୋର୍ଟରେ ଆବେଦନ କରିଥିଲେ। ଏହାର ଶୁଣାଣି କରି ମାନ୍ୟବର କୋର୍ଟ ତୁରନ୍ତ ଏହି ବ୍ୟକ୍ତିମାନଙ୍କ ଟେଲିଫୋନ କଲ ରେକର୍ଡ କୋର୍ଟରେ ଦାଖଲ କରିବାକୁ ମାହାଙ୍ଗା ପୋଲିସକୁ ନିର୍ଦେଶ ଦେଇଛନ୍ତି। ଖଲି ସେତିକି ନୁହେଁ ମନ୍ତ୍ରୀଙ୍କ ନାମ ପୋଲିସ ଚାର୍ଜସିଟରୁ କଟିଯିବା ପରେ ଏକ ପ୍ରୋଟେଷ୍ଟ ପିଟିସନର ଶୁଣାଣୀ କରି ଗତ ଅଗଷ୍ଟ ୨୫ରେ ଦେଇଥିବା ନିର୍ଦ୍ଧେଶ ଅନୁସାରେ ମାହାଙ୍ଗା ପୋଲିସ ସେହି କେଶର ପୁନଃ ତଦନ୍ତ କରି ରିପୋର୍ଟ ଦେଇନଥିବାରୁ ମଧ୍ୟ ପୋଲିସକୁ କଡା ଭାଷାରେ ଭତ୍ସନା କରିଛନ୍ତି। ଏପେଟେ କୋର୍ଟଙ୍କ ନିର୍ଦେଶ ପରେ ସେ ନ୍ୟାୟପାଇବେ ଏବଂ ନ୍ୟାୟପାଳିକା ଉପରେ ସମ୍ପୂର୍ଣ ଭରସା ଅଛି ବୋଲି ମୃତ କୂଳମଣୀଙ୍କ ପୁଅ ରମାକାନ୍ତ ବରାଳଓ ତାଙ୍କ ଓକିଲ ପ୍ରବୀଣ କାନୁନଗୋ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.