Home ଓଡ଼ିଶା ସ୍ୱେଚ୍ଛାସେବୀଙ୍କୁ ତାଲିମ୍ ପ୍ରଦାନ

ସ୍ୱେଚ୍ଛାସେବୀଙ୍କୁ ତାଲିମ୍ ପ୍ରଦାନ

78

ପୁରୀ ୨୨-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ମହାମାରୀ କୋରନା ସଂକ୍ରମଣରୁ ପୁରୀ ସହରର ବସ୍ତି ଗୁହିକ ଯେପରି ଦୂରେଇ ରହିବେ ସେଥିଲାଗି ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ ବସ୍ତି ବାସୀଙ୍କୁ ସଚେତନ କରିବା ଲାଗି ସ୍ୱେଚ୍ଛାସେବୀ ମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଛି। ପ୍ରାଥମିକ ଭାବେ ପେଣ୍ଠକଟା ଅଚଂଳର ୧୨୪ ଜଣଙ୍କୁ ତାଲିମ୍ ଦିଆଯାଇଛି ଏଥିପାଇଁ ଗତକାଲି ବାଙ୍କି ମୁହାଣ ନିକଟ ନିଳାଦ୍ରୀ ବେଳାଭୂମୀରେ ତାଲିମ୍ କାର୍ଯ୍ୟକ୍ରମ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱେଚ୍ଛାସେବୀମାନେ କୋଭିଡ୍ କେୟାର୍ ମନିଟର ଭାବେ ପରିଚିତ ହେବେ। ଏବଂ କୋରନା ଲଢେଇ ନିମନ୍ତେ ଗୋଷ୍ଠୀ ନେତୃତ୍ୱନେବେ ପୌରସଂସ୍ଥାର ୨୫, ୨୬, ୩୧, ଓ ୩୨ ନଂ ୱାର୍ଡରେ ରହିଥିବା ପେଣ୍ଠକଟା ଅଚଂଳର ୪୭ ଟି ଛୋଟବଡ ସାହିରେ ପ୍ରାୟ ୫୦୦୦ ଘର ରହିଛି କୋଭିଡ୍ କେୟାର୍ ମନିଟର ମାନେ ଘରକୁ ଘର ଯାଇ ବୃଦ୍ଧ-ବୃଦ୍ଧା, ଶିଶୁ ଏବଂ ଜ୍ୱର ଥଣ୍ଡା କାଶ ଲକ୍ଷଣ ଥିବାବ୍ୟକ୍ତି ବିଷୟରେ ତଥ୍ୟ ସଂଗ୍ରହ କରିବେ ଏଥିସହ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ସମ୍ପର୍କରେ ସଚେତନ କରାଇବେ। ବାହାର ବ୍ୟକ୍ତି ବସ୍ତିକୁ ଆସିଲେ ଏବଂ ସଂଘରୋଧ ନିୟମ ଉଲ୍ଳଘନ ସମ୍ପର୍କରେ ତଥ୍ୟ ହାସଲ କରିବେ ଆବଶ୍ୟକ ସ୍ଥଳେ ପୋଲିସ୍ ଏବଂ ପୌରସଂସ୍ଥା ପକ୍ଷରୁ ମିଳିତ ଚଢାଉ କରାଯିବ। ସଂମ୍ପୃକ୍ତ ଅଚଂଳରୁ କୌଣସୀ ବ୍ୟକ୍ତି ବାହାରକୁ ଗଲେ ଗସ୍ତ ତଥ୍ୟ ମନିଟରଙ୍କୁ ପ୍ରଦାନ କରିବେ। ଲୋକଙ୍କୁ ହୋଡିଂ, ଡାକବାଜି, ଓ ପ୍ରଚାରପତ୍ର ମାଧ୍ୟମରେ ସଚେତନ କରାଯିବ। ଆସନ୍ତା ୨ ଦିନମଧ୍ୟରେ ପ୍ରତି ଘରର ୱାଟ୍ସ ଆଫ୍ ନଂ ସଂଗ୍ରହ କରାଯିବ। ଏହି ନମ୍ବର ମାଧ୍ୟମରେ କୋରନା ସମ୍ପକ୍ରରେ ପ୍ରତି ଘରକୁ ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବ। ଭଲକାମ କରୁଥିବା ମନିଟର ମାନଙ୍କୁ ପୁରସ୍କୃତ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଏହାର ନୋଡାଲ ଅଫିସର ଭାବେ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.