Home ଓଡ଼ିଶା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ଏକ ହୋଟେଲ୍ ରେ ୩୦ ଶଯ୍ୟା ଓ ୧୫ ଶଯ୍ୟା...

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ଏକ ହୋଟେଲ୍ ରେ ୩୦ ଶଯ୍ୟା ଓ ୧୫ ଶଯ୍ୟା କୋଭିଡ୍ କେୟାର ସେଟଂର ପ୍ରତିଷ୍ଠା କରାଯିବ

80

ପୁରୀ ୨୨-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜିଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।ମହାରଣ, ଭୋଇ ସେବାୟତମାନଙ୍କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟିର ମୁଖ୍ୟ ସଦସ୍ୟମାନେ ଆଲୋଚନା କରିଥିଲେ।ବିଷେଶ କରି ପରିଚାଳନା କମିଟି ଓ ଛତିଶା ନିଯୋଗର ମିଳିତ ବୈଠକର ନିଷ୍ଫତି ଅନୁସାରେ ଚଳିତ ବର୍ଷ ଯେଉଁ ୩ଟି ରଥ ରହିଛି ତାକୁ ସରଂକ୍ଷଣ କରାଯିବାକୁ ଏକ ପ୍ରକାର ନିଷ୍ପତି ହୋଇଥିବା ବେଳେ ଏହାପରେ ତର୍ଜମା କରାଯାଉଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ତେଣୁ ଚଳିତ ବର୍ଷ ର ମହାପ୍ରଭୁଙ୍କର ତିନୋଟି ରଥକୁ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ରଖିବା ନେଇ ପ୍ରାଥମିକ ଭାବେ ସୂଚନା ଦେଇଛନ୍ତି ଏବେ ବିଧି। ମୁତାବକ ୩ ରଥକୁ ଯେଭଳି ଭଙ୍ଗାଯିବା କଥା ଭଙ୍ଗାଯିବ ଭଙ୍ଗାଯିବା ପରେ ଯେତିକି ଅଶଂ ସରକ୍ଷିଂତ ରଖାଯାଇପାରିବ ସେହି ଅଶଂ କୁ ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ନିଆଯିବ।ତେଣୁ, ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଶ୍ରୀ ଜଗନ୍ନାଥ ବଲ୍ଲଭ ପୂର୍ଣ୍ଣୟନ ପ୍ରକଳ୍ପ ମାଷ୍ଟର ପ୍ଲାନ୍ ଅନୁସାରେ ପ୍ରତୀକାତ୍ମକ ରଥ ନିର୍ମାଣ ପାଇଁ ଯେଉଁ ପ୍ରସ୍ତାବ ରହିଛି ସେହି ଅନୁସାରେ ସଂରକ୍ଷିତ ଅଶଂ ଏବଂଅନ୍ୟଅଶଂକୁ ସେଠାରେ ନିର୍ମାଣ କରାଯାଇ ରଖାଯିବ। ମୁଖ୍ୟତଃ ଏହାକୁ କିଭଳି ସଂରକ୍ଷିତ ରଖାଯାଇପାରିବ ଓ ଉଇ କିଭଳି ନଲାଗିବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ଏବଂ ଏହି ୩ ରଥ ଗୁଡିକୁ ସଂରକ୍ଷିଂତ ରଖିବା ପାଇଁ ପୂର୍ବରୁ ମଧ୍ୟ ଶ୍ରୀଜଗନ୍ନାଥ ବଲ୍ଳଭ ଉନ୍ନୟନ ପ୍ରକଳ୍ପରେ ପ୍ରସ୍ତାବ ରହିଥିଲା। ତେଣୁ ସେହି ପ୍ରସ୍ତାବ ଆଧାରରେ ଚଳିତ ବର୍ଷ ମହାପ୍ରଭୁଙ୍କ ବ୍ୟବହାର ତିନି ରଥକୁ ସଂରକ୍ଷିତୁ କରି ରଖିବା ପାଇଁ ନିଷ୍ପତି ନିଆଯାଇଛି। ତେବେ ଏଗୁଡିକୁ କିଭଳି ରଖାଯିବ ସେନେଇ ଆଜି ଆଲୋଚନା କରାଯାଇଛି। ପରବର୍ତ୍ତୀ ସମୟରେ ଅଧିକ ଆଲୋଚନା କରାଯାଇ ତର୍ଜମା କରି ନିଷ୍ପତି ନିଆଯିବାକୁ ସ୍ଥିର ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ସୂଚନା ଦେଇଛନ୍ତି ବିଶେଷ ଭାବେ ଏକ ଟେକନିକାଲ୍ ଟିମ୍ ଗଠନହୋଇ କିଭଳି ସଂରକ୍ଷିତ ରଖାଯିବ ସେନେଇ ତର୍ଜମା କରାଯାଉଛି।ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ କୋଭିଡ୍ କେୟାର୍ ସେଟଂର ଓ କୋଭିଡ୍ ମେଡିକାଲ୍ ପ୍ରତିଷ୍ଠାପାଇଁ ଶ୍ରୀମନ୍ଦିନ ପ୍ରଶଶସନ ପକ୍ଷରୁ ନିଷ୍ପତି ନିଆଯାଇଛି। ଜିଲ୍ଲା ପ୍ରଶାସନ ତଥା ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତ ମାନଙ୍କ ମଧ୍ୟରୁ ମିଶିକି ଏକ ଟିମ୍ ଗଠନ କରାଯାଇ ଯେକୌଣସୀ ଏକ ହୋଟେଲ୍ ରେ ୩୦ ଶଯ୍ୟା ଓ ୧୫ ଶଯ୍ୟା ବିଶିଷ୍ଠ କୋଭିଡ୍ କେୟାର୍ ସେଟଂର ଓ କୋଭିଡ୍ ହସ୍ପିଟାଲ୍ ପ୍ରତିଷ୍ଠାପାଇଁ ନିଷ୍ପତି ହୋଇଛି।ସେହି ନିଷ୍ପତି କ୍ରମରେ ବିୋଷ କରି ଶ୍ରୀମନ୍ଦିର ସେବାୟତ, କାଯ୍ୟା, ୟର ଅଧିକାରୀ ଓ କର୍ମଚାରୀ ମାନେ ଅଛନ୍ତି ସେମାନେ ଆଗାମୀ ଦୀନରେ କିଭଳି ସୁରକ୍ଷିତ ରଖାଯାଇପାରିବ ଓ ଚିକିତ୍ସା ମଧ୍ୟ ଠିକ୍‌ଭାବେ କରାଯିବ ସେଥିପ୍ରତି ନଜର ରଖି ଲଭଳି ବ୍ୟବସ୍ଥା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.