Home ଜିଲ୍ଲା ପରିକ୍ରମା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

32

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର କୋରିଗାଁ ମହାଦେବବାଡି ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ସ୍ଥାନୀୟ ବିଜେପି ଯୁବମୋର୍ଚ୍ଚା ଆନୁକୂଲ୍ୟରେ ‘କୁରେଙ୍ଗେଶ୍ୱର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର’ ଶନିବାର ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ବୈଷ୍ଣବ ଚରଣ ନାୟକ ଏହି ଶିବିରକୁ ଉଦଘାଟନ କରିଥିଲେ । ଭଦ୍ରକ ବ୍ଲଡ ବ୍ୟାଙ୍କ ପକ୍ଷରୁ ଡାକ୍ତର ସନ୍ତୋଷ କୁମାର ଆଚାର୍ଯ୍ୟ, ବୈଷୟୀକ କର୍ମଚାରୀ ମଙ୍ଗୁଳି ପ୍ରଧାନ, ବିଶ୍ୱରଞ୍ଜନ ବଳ, ରତିକାନ୍ତ ବଳ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିରରେ ମୋଟ ୨୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଯୁବମୋର୍ଚ୍ଚା ପକ୍ଷରୁ ନିରଞ୍ଜନ ପୁହାଣ, ସୁଶାନ୍ତ କୁମାର ପାତ୍ର, ନିଶିକାନ୍ତ ସାମଲ, ପ୍ରକାଶ ଚନ୍ଦ୍ର ନାୟକ, ନରୋତ୍ତମ ବେହେରା ପ୍ରମୁଖ ଶିବିର ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.