Home ଜିଲ୍ଲା ପରିକ୍ରମା ସମବାୟ ସପ୍ତାହ ପାଳନ ନେଇ ପ୍ରସ୍ତୁତି ବୈଠକ

ସମବାୟ ସପ୍ତାହ ପାଳନ ନେଇ ପ୍ରସ୍ତୁତି ବୈଠକ

46

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମବାୟ ସପ୍ତାହ ପାଳନ ନେଇ ଜିଲ୍ଲାପାଳ ସିଦ୍ଧେଶ୍ୱର ବରିରାମ ବନ୍ଦୋରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ଉପନିବନ୍ଧକ (ଡ଼ି.ଆର୍‌.ସି.ଏସ୍‌) ଗଜେନ୍ଦ୍ର ପଣ୍ଡା, ସହକାରୀ ନିବନ୍ଧକ ପ୍ରାଚିତା ଜେନା ଓ ଉପସହକାରୀ ନିବନ୍ଧକ ସମବାୟ ସମିତି ସମୂହ ସତ୍ୟପ୍ରକାଶ ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଆସନ୍ତା ନଭେମ୍ବର ୧୪ ରୁ ୨୦ ତାରିଖ ଯାଏଁ ଜିଲ୍ଲାରେ ସମବାୟ ସପ୍ତାହ ପାଳନ କରାଯିବ । ସମବାୟ ଆନ୍ଦୋଳନକୁ ଘରେ ଘରେ ପହଂଚାଇବା ନେଇ ସପ୍ତାହ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ରାଜ୍ୟସ୍ତରରେ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ସପ୍ତାହ ବ୍ୟାପି ଅନୁଷ୍ଠିତ ହେବାକୁ ଥିବାବେଳେ ଜିଲ୍ଲା ସ୍ତରରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ୧୪/୧୧ ତାରିଖରେ ଏକ ସମବାୟ ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବାହାରି ଜିଲ୍ଲାରେ ଥିବା ସମସ୍ତ ସମବାୟ ଅନୁଷ୍ଠାନ ଗୁଡ଼ିକୁ ଛୁଇଁବ । ଏହା ବ୍ୟତିତ ୧୪ ରୁ ୨୦ ତାରିଖ ଯାଏଁ ସପ୍ତାହ ବ୍ୟାପି ସମବାୟ ସମିତିର ପ୍ରତୀକ ସ୍ୱରୂପ ସପ୍ତରଙ୍ଗୀ ଇନ୍ଦ୍ରଧନୁ ପତକା ଉଡ଼ାଯିବ । ୧୬ ତାରିଖରୁ ଡ଼ି.ଆର୍‌.ଡ଼ି.ଏ. ସମ୍ମିଳନୀ କକ୍ଷରେ ହାଇସ୍କୁଲ, କଲେଜର ୧୦୦ରୁ ଉଦ୍ଧ୍ୱ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରଚନା ଓ ବକ୍ତୃକ୍ତା ପ୍ରତିଯୋଗିତା ଅନୁଷ୍ଠିତ ହେବ । ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ଯଥାକ୍ରମେ ୨ ହଜାର, ୧୫ ଶହ ଓ ୧ ହଜାର ଲେଖାଏଁ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ୧୭ ତାରିଖରେ ସମବାୟ ସମିତି ସମୂହ ପକ୍ଷରୁ ଏକ ଗଣଦୌଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ଚାନ୍ଦବାଲି ବାଇପାସ୍ ଛକ ଯାଏଁ ଜାରି ରହିବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହଯୋଗ ରହିବ । ୧୮ ତାରିଖରେ ସ୍ଥାନିୟ ଟାଉନ୍‌ହଲ୍ ଠାରେ ୫୦୦ ରୁ ଉର୍ଦ୍ଧ୍ୱ ଜନସମାବେଶ ଅନୁଷ୍ଠିତ ହେବ । ଅନୁଷ୍ଠିତ ସମାବେଶରେ ସମବାୟ ବିଭାଗର ଭୂମିକା ଓ ବିଭିନ୍ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.