Home ଜିଲ୍ଲା ପରିକ୍ରମା ସ୍ୱିଟ ବ୍ଲୁସୁମ ସ୍କୁଲର ନବମ ବାର୍ଷିକ ଉତ୍ସବ

ସ୍ୱିଟ ବ୍ଲୁସୁମ ସ୍କୁଲର ନବମ ବାର୍ଷିକ ଉତ୍ସବ

101

ସମ୍ବଲପୁର, ୨୮/୧୨ (ଓଡ଼ିଆ ପୁଅ) ବୁର୍ଲାର ସ୍ୱିଟ ବ୍ଲୁସୁମ ସ୍କୁଲର ନବମ ବାର୍ଷିକ ଉତ୍ସବ ଆଜି ପାଳନ କରାଯାଇଥିଲା। ସ୍କୁଲର ଅଧ୍ୟକ୍ଷା ନିତୁ ବର୍ମା ଏଥିରେ ସଭାପତିତ୍ୱ କରିଥିଲେ। ଏଥିରେ ଭିମସାରର ଅସ୍ତିଶଲ୍ୟ ବିଭାଗର ପ୍ରଫେସର ଡା. ବର୍ଷା ଟୁଡ଼ୁ ମୁଖ୍ୟ ଅତିଥି, କିଶୋର ନ୍ୟାୟ ବୋର୍ଡ଼ର ପୂର୍ବତନ ସଦସ୍ୟ ପ୍ରଶାନ୍ତ ପାଢୀ ଏବଂ ହିଂଡ଼ାଲକୋର ମାନବ ସମ୍ବଳ ବିଭାଗର ପଦାଧୀକାରୀ ପ୍ରତିଭା ମିଶ୍ର ଓ ସତ୍ୟସାଇ ସ୍କୁଲର ମୁଖ୍ୟ କରୂଣା କାପାନୀ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ଶିଶୁ ମାନଙ୍କ ଚରିତ୍ର ଗଠନରେ ଶିକ୍ଷକ ଏବଂ ଅବିଭାବକ ମାନଙ୍କ ଭୂମିକା ବାବଦରେ ଆଲୋଚନା କରିଥିଲେ। ସ୍କୁଲରେ ନୈତିକତା, କର୍ତବ୍ୟ ପରାୟଣତା, ନିଷ୍ଟା ସମ୍ପର୍କରେ ଉଚିତ ତାଲିମ ଦିଆଗଲେ ସମାଜ ସହିତ ଦେଶର ଭବିଷ୍ୟତ ଉଜ୍ଜଳ ହୋଇପାରିବ ବୋଲି ବକ୍ତାମାନେ ମତ ଦେଇଥିଲେ। ଉତ୍ସବରେ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.