Home ଜିଲ୍ଲା ପରିକ୍ରମା ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ଟାସ୍କ ପୋଂର୍ସ ବୈଠକ ଅନୁଷ୍ଠିତ

ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ଟାସ୍କ ପୋଂର୍ସ ବୈଠକ ଅନୁଷ୍ଠିତ

38

ଯାଜପୁର ୧ା୧୧ (ଓଡ଼ିଆ ପୁଅ) : ଗତ ୨ ବର୍ଷ ହେଲାଣି କୋଭିଡ ପାଇଁ ଶିଶୁ ମାନଙ୍କ ଟୀକାକରଣ ବାଧାପ୍ରାପ୍ତ ହୋଇଛି। ଏହାକୁ ପୂର୍ବ ଭଳି ନିୟମିତ ଆକାରରେ ଚାଲୁ କରାଯିବାକୁ ଯାଜପୁର ଜିଲ୍ଲା ଟାସ୍କ ପୋଂର୍ସ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସୋମବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଚିକିତ୍ସା ସମ୍ୱନ୍ଧୀୟ ଟାସ୍କ ପୋଂର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ କୋଭିଡ ଟୀକାକରଣକୁ ଅଧିକ କ୍ରିୟାଶୀଳ କରିବାକୁ ପରାମର୍ଶ ଦେଇଥିଲେ। ସି.ଏଚ.୍‌ସି, ପି.ଏଚ୍‌.ସି. ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟକୁ ଅନୁଧ୍ୟାନ କରି ଯେଉଁମାନେ ବର୍ତ୍ତମାନ ସୁଦ୍ଧା ଟୀକା ନେଇ ନାହାନ୍ତି କିମ୍ୱା ଗୋଟିଏ ଗୋଟିଏ ଡୋଜ ନେଇଛନ୍ତି ଅଥଚ ସେମାନଙ୍କର ଦ୍ୱିତୀୟ ଡୋଜ୍ ଅବଧି ଆସିଗଲାଣି ବା ପୁରା ହେଲାଣି, ସେମାନଙ୍କୁ ଚିହ୍ନଟ କରି ଟୀକାକରଣ ପାଇଁ ସେ ପରାମର୍ଶ ଦେଇଥିଲେ। ୧୮ ରୁ ୪୪, ୪୪ ରୁ ୫୯ ଓ ୬୦ ରୁ ଊର୍ଦ୍ଧ୍ୱ ବୟସର ନାଗରିକଙ୍କର ତଥ୍ୟକୁ ନୀରିକ୍ଷଣ ସହ ଘରକୁ ଘର ସର୍ଭେ କରାଯାଇ ଶତ ପ୍ରତିଶତ ଟୀକାକରଣ ସଂପୂର୍ଣ୍ଣ ପାଇଁ ସେ ଗୁରୁତ୍ୱ ଦେଇଥିଲେ। ସେହିପରି ନଭେମ୍ୱର ମାସ ଠାରୁ ଶିଶୁ ମାନଙ୍କୁ ସେମାନଙ୍କର ଆବଶ୍ୟକୀୟ ଟୀକାକରଣକୁ ତ୍ୱରାନ୍ୱିତ ପାଇଁ ସେ କହିଥିଲେ। ଏଥିପାଇଁ ଆଶା, ଅଙ୍ଗନୱାଡି କର୍ମୀ, ଏ.ଏନ୍‌.ଏମ୍‌. ଓ ମୋବିଲାଇଜର ମାନଙ୍କୁ ପ୍ରଶିକ୍ଷିତ କରି କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଶ୍ରୀ ମଲ୍ଲିକ ପରାମର୍ଶ ଦେଇଥିଲେ। ଏହାକୁ ଉପଯୁକ୍ତ ପଂର୍ମାଟରେ ପ୍ରତିଦିନ ନିରୀକ୍ଷଣ କରିବା ଓ ସମୀକ୍ଷା କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିରଞ୍ଚି ନାରାୟଣ ବାରିକ, ଏ.ଡି.ଏମ୍‌. ଡା. ଶିବାଶିଷ ମହାରଣା, ଡା. ପ୍ରଦିପ୍ତ କୁମାର ସାହୁ, ଡା. ଦେବରାଜ ହାନ୍ସଦା, ବିଭିନ୍ନ ସି.ଏଚ୍‌.ସି. ଓ ପି.ଏଚ୍‌.ସି. ର ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.