Home Top News ନଭେମ୍ବର-୧୨ ଓଡ଼ିଶା ବନ୍ଦ – କଂଗ୍ରେସ

ନଭେମ୍ବର-୧୨ ଓଡ଼ିଶା ବନ୍ଦ – କଂଗ୍ରେସ

51

ଭୁବନେଶ୍ୱର ୧.୧୧ (ଓଡ଼ିଆ ପୁଅ) – ମମିତା ମେହେର ହତ୍ୟା ଘଟଣାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାରଙ୍କର ଏବଂ ଖୋଦ ମୁଖ୍ୟମନ୍ତ୍ରୀଙ୍କର ଭୂମିକାକୁ ତୀବ୍ର ନିନ୍ଦା କରାଯାଇଛି। ମୁଖ୍ୟମନ୍ତ୍ରୀ ନିଜେ ଅପରାଧି ମାନଙ୍କୁ ଘଂଟ ଘୋଡ଼ାଉଛନ୍ତି। ଅପରାଧରେ ସଂଶ୍ଳିଷ୍ଟ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଏ ପର୍ଯ୍ୟନ୍ତ ବରଖାସ୍ତ କରୁନାହାନ୍ତି। ତାଙ୍କ ବିରୋଧରେ ଆପତତଃ ପ୍ରମାଣ ଥାଇ ମଧ୍ୟ ମୋକଦ୍ଦମା ରୁଜୁ କରୁନାହାନ୍ତି। ରାଜ୍ୟରେ ଗୋଟିଏ ପରେ ଗୋଟିଏ ନାରୀ ନିର୍ଯ୍ୟାତନା ଘଟିଚାଲିଛି। ସମଗ୍ର ରାଜ୍ୟ ଆଜି ଅପରାଧିମାନଙ୍କ ଚରାଭୂଇଁ ପାଲଟିଛି। ଆଇନ କାନୁନକୁ ଭୃକ୍ଷେପ ନାହିଁ। ହତ୍ୟା, ଗଣଦୁର୍ଷ୍କମ ମାନବ ଚାଲାଣ ଏବଂ ନିଶା ସାମଗ୍ରୀର କାରବାର ଏ ରାଜ୍ୟରେ ଦ୍ରୁତି ଗତିରେ ବୃଦ୍ଧିପାଇ ଚାଲିଛି। ସତରାଂ ୧୦ ଦିନ ମଧ୍ୟରେ ଯଦି ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀ ମଣ୍ଡଳରୁ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଦା ନକରନ୍ତି, ତାଙ୍କ ବିରୋଧରେ ଫୌଜଦାରୀ ମକୋଦ୍ଦମା ଦାୟର ନକରନ୍ତି ଏବଂ ତାଙ୍କୁ ଗିରଫ ନକରନ୍ତି ଏହାର ପ୍ରତିବାଦରେ ଆସନ୍ତା ନଭେମ୍ବର ମାସ ୧୨ ତାରିଖ ଶୁକ୍ରବାର ଦିନ ଓଡ଼ିଶା ବନ୍ଦ କରିବାକୁ କଂଗ୍ରେସ ଦଳ ନିଷ୍ପତି ନେଇଛି ବୋଲି ପିସିସି ମୁଖପାତ୍ର ରଜନୀ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

ନାରୀର ସମ୍ମାନ ଓ ନାରୀ ସୁରକ୍ଷା ପାଇଁ ଓଡ଼ିଶା ବନ୍ଦ ନିଷ୍ପତିକୁ ଓଡ଼ିଶାବାସୀଙ୍କୁ କଂଗ୍ରେସ ତରଫରୁ ନିବେଦନ ପୂର୍ଣ୍ଣପ୍ରାଣରେ ସହଯୋଗ କରିବା ପାଇଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.