Home କେନ୍ଦୁଝର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାବ ନମୁନା ସଂଗ୍ରହ ଅଭିଯାନ

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାବ ନମୁନା ସଂଗ୍ରହ ଅଭିଯାନ

136

ହାଟଡିହି -୧୩ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ ଏବେ କରୋନା ମହାମାରୀ ଦ୍ରୁତଗତିରେ ବଢ଼ିଚାଲିଥିବାବେଳେ ଆଦିବାସୀ ଅଞ୍ଚଳରେ ଲୋକମାନେ ସେତେଟା ସଚେତନ ନଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏବେ ଆଦିବାସୀ ଅଞ୍ଚଳରେ ସ୍ୱାବ ନମୁନା ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି । ଗତ ମଙ୍ଗଳବାର ଦିନ ସୋସୋ ଠାରେ ଏକ ଶିବିର କରାଯାଇ ୪୮ ସ୍ୱାବ ନମୁନା ସଂଗ୍ରହ କରାଯାଇଥିବାବେଳେ ବୁଧବାର ଦିନ କୁରାଢ଼ିଘସା ଠାରେ ଶିବିର କରାଯାଇ ୭୩ଜଣଙ୍କ ଠାରୁ ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ଆଜି ସୋସୋ ଠାରେ ଆଉ ଏକ ଶିବିର କରାଯାଇ ୭୩ ସ୍ୱାବ ସଂଗ୍ରହ କରାଯାଇଥିବାବେଳେ ଆସନ୍ତା ୧୪ତାରିଖରେ କୁଶଟିକିରି, ୧୫ରେ ପୁରୁଣାପାଣି, ୧୬ରେ ତଅଁଳ, ୧୭ରେ ବଉଳା, ୧୮ରେ ରଗୁଡିଆ, ୧୯ରେ ଅନ୍ଧାରୀ, ୨୦ରେ ମଧୁବନ, ୨୧ରେ ସଙ୍ଗମ, ୨୨ରେ ଧନୁର୍ଜୟପୁର, ୨୩ରେ ରାଇଘାଟି, ୨୪ରେ ମଉଦା, ୨୫ରେ ଜଡାବାଙ୍କ, ୨୬ରେ ହରଡବାଡି, ୨୭ରେ ମୟୁରନଚା, ୨୮ରେ ଶଙ୍ଖଣା, ୨୯ରେ ଝଣଝଣା, ୩୦ରେ ଫୁଲଝର, ୩୧ରେ ଟିଲଗଡିଆ ଠାରେ ଶିବରମାନ ଆୟୋଜନ କରାଯାଇ ସନ୍ଧିଗ୍ଧ ବ୍ୟକ୍ତି ମାନଙ୍କ ଠାରୁ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବାର ବ୍ୟବସ୍ଥା କରାଯାଇଛି ବୋଲି ବି.ପି.ଏମ ଚନ୍ଦନ କୁମାର ସାହୁ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.