Home ଜିଲ୍ଲା ପରିକ୍ରମା ସ୍ୱାସ୍ଥ୍ୟକାର୍ଡ ବିତରଣ ଉତ୍ସବ ସମାପ୍ତ

ସ୍ୱାସ୍ଥ୍ୟକାର୍ଡ ବିତରଣ ଉତ୍ସବ ସମାପ୍ତ

43

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ସାନଶାସନ, ପାଟୁଳି, ନଗୁଆ, ବୟାବନାପୁର ଓ ଦକ୍ଷିଣବାଡ ଆଦି ପାଞ୍ଚ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ସ୍ମାର୍ଟକାର୍ଡ ଆଜି ବିତରଣ କରାଯାଇଛି । ସାନଶାସନ ପଞ୍ଚାୟତ ମତାବାଜଶାସନ ବିଦ୍ୟାଳୟରେ ଅନୁଷ୍ଠିତ ଉତ୍ସବରେ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଡ ବିତରଣ କରିଥିଲେ । ସେହିପରି ପାଟୁଳି ପଞ୍ଚାୟତର ମୋବାରକପୁର ଉଚ୍ଚବିଦ୍ୟାଳୟ ପରିସରରେ, ନଗୁଆ ପଞ୍ଚାୟତର ଡଗରପଡା ମିଶନଶକ୍ତି ଗୃହରେ, ବୟାବନାପୁର ପଞ୍ଚାୟତର ବୟାବନାପୁର ୟୁଜିଏମଇ ସ୍କୁଲ ପରିସରରେ ଓ ଦକ୍ଷିଣବାଡ ପଞ୍ଚାୟତର ଭଣ୍ଡାରିପୋଖରୀ ଉଚ୍ଚବିଦ୍ୟାଳୟରେ ଅନୁଷ୍ଠିତ କାର୍ଡ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ଉତ୍ସବରେ ବିଧାୟକ ଶ୍ରୀ ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜୁସ୍ୱାସ୍ଥ୍ୟକଲ୍ୟାଣ କାର୍ଡ ବିତରଣ କରିôତଲେ । ଏଥିସହ ସ୍ୱାସ୍ଥ୍ୟକାର୍ଡ ବିତରଣ ଉତ୍ସବ ସମାପ୍ତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.