Home ଜିଲ୍ଲା ପରିକ୍ରମା ମମତା ନାୟକ କଂଗ୍ରେସ ରାଜ୍ୟ ସମ୍ପାଦିକା ନିଯୁକ୍ତ

ମମତା ନାୟକ କଂଗ୍ରେସ ରାଜ୍ୟ ସମ୍ପାଦିକା ନିଯୁକ୍ତ

37

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର କଂଗ୍ରେସ ମହିଳା ନେତ୍ରୀ ମମତା ନାୟକ କଂଗ୍ରେସର ରାଜ୍ୟ ସମ୍ପାଦିକା ଭାବେ ନିଯୁକ୍ତ ହୋଇଛନ୍ତି । ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସୁପାରିଶ କ୍ରମେ ଅଖିଳ ଭାରତୀୟ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୁଶ୍ରୀ ନିତା ଡି. ସୌଜା ଗତ ୨୪ ତାରିଖରେ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ମହିଳା କଂଗ୍ରେସକୁ ଜିଲ୍ଲା ଓ ରାଜ୍ୟସ୍ତରରେ କ୍ରିୟାଶୀଳ କରିବା ପାଇଁ ସୁଶ୍ରୀ ସୌଜା ନବନିଯୁକ୍ତ ସମ୍ପାଦିକା ମମତାଙ୍କ ଫଳପ୍ରଦ ହେବ ବୋଲି ଆଶା ପ୍ରକାଶ କରିଛନ୍ତି । ନୂତନ ଦାଇତ୍ୱକୁ ଆଶା ଅନୁରୂପ ତୁଲାଇବେ ବୋଲି ଶ୍ରୀମତୀ ନାୟକ ସୂଚନା ଦେଇଛନ୍ତି । ଏହି ନୂତନ ନିଯୁକ୍ତି ପାଇଁ ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁବ୍ରତ ଦାସ, ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକ, ସର୍ବଭାରତୀୟ ମହିଳା କାର୍ଯ୍ୟକାରୀ ସଭାନେତ୍ରୀ ସୁଶ୍ରୀ ସୌଜା, ସର୍ବଭାରତୀୟ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀ ଓ କାର୍ଯ୍ୟକାରୀ ସଭାପତି ରାହୁଲ ଗାନ୍ଧୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ଶ୍ରୀମତୀ ନାୟକ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.