Home ଜିଲ୍ଲା ପରିକ୍ରମା ସ୍ୱାମୀ ଆରପାରିରେ ପୁଅ ନିଖୋଜ : ୭୦ ବର୍ଷର ରୋଗିଣା ବୁଢୀ ସମ୍ଭାଳି ପାରୁନି ଅସହାୟତାର...

ସ୍ୱାମୀ ଆରପାରିରେ ପୁଅ ନିଖୋଜ : ୭୦ ବର୍ଷର ରୋଗିଣା ବୁଢୀ ସମ୍ଭାଳି ପାରୁନି ଅସହାୟତାର ବୋଝ

95

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୭୦ ବର୍ଷର ବିଧବା ବୁଢୀ ଆଖିକୁ ଦିଶୁନି । ଭରଷା କରିଥିବା ପୁଅ ନିଖୋଜ । ବାପ ଘରେ ବୋହୂ ଓ ନାତି ।ଏବେ ସଂପୂର୍ଣ୍ଣ ଅସହାୟ ସେ । କାଟୁଛି ଏକାଏକାର ନିସ୍ୱଃ ଜୀବନ । ସରପଞ୍ଚଙ୍କୁ କହି କହି ଥକିଗଲାଣି, ହେଲେ ସରପଞ୍ଚଙ୍କ ଆଡୁ କୌଣସି ସହାୟତା ନପାଇ ଭାଙ୍ଗିପଡିଛି ତିହିଡି ବ୍ଲକ୍‌ର ନୟାନନ୍ଦ ଗ୍ରାମ ପଂଚାୟତର ଶୁକମଣୀ ଓଝା । ଘଟଣାରୁ ପ୍ରକାଶ, ସ୍ୱର୍ଗତଃ ଭାଗୀରଥି ଓଝାଙ୍କର ପ୍ରଥମ ପତ୍ନୀ ହେଉଛନ୍ତି ଶୁକମଣି । ତାଙ୍କର ଗୋଟିଏ ବିବାହିତ ପୁଅ ଯାହାକୁ ସାହାର କରି ବୁଢି ଜୀବନ ବିତାଇଥାନ୍ତି । ସିଏ ୧୫୬ ବର୍ଷ ହେବ ନିଖୋଜ । ବୋହୂ ଓ ନାତି ତା ପରେ ପରେ ତା ବାପଘରେ । ସେଇଦିନୁ ଆରମ୍ଭ ହୋଇଯାଇଛି ବୁଢିର ନିସଙ୍ଗ ତଥା ଅସହାୟ ଜୀବନ । ଅନ୍ୟପକ୍ଷରେ ଭାଗୀରଥିଙ୍କର ଦ୍ୱିତୀୟ ପତ୍ନୀ ପିଲାଛୁଆ ନେଇ ତାଙ୍କ ନିଜ କଥା ନିଜେ ବୁଝୁଛନ୍ତି ଦାଣ୍ଡ ପାଖଘରେ ରହି । ଶୁକ ବୁଢି ବାଡି ପାଖରେ ଚାଳରେ ପଲିଥିନ୍ ଗୁଡା ଚାଳିଆ ଖଣ୍ଡିଏରେ ରହୁଛି । ରେସନ୍ କାର୍ଡ ଖଣ୍ଡିକରେ ୫ କିଲୋ ଚାଉଳ ଆଉ ବାର୍ଦ୍ଧକ୍ୟ ଭତ୍ତା ୫୦୦ ଟଙ୍କା । ଏତିକି ତାର ସମ୍ବଳ । ଏଣେ ଆଖିକୁ ଦିଶୁନି ଦେହ ଅଧେ ବେଳେ ବେମାର । ଔଷଧ କିଣିବାକୁ ବି ପଇସା ଅଣ୍ଟୁନି । ରହିବା ପାଇଁ ବାସ୍ ଖଣ୍ଡେ ନାହିଁ । ବଡ କଦର୍ଯ୍ୟ ଭାବରେ ଜୀବନ ବିତାଉଛନ୍ତି ଅସହାୟା ବିଧବା ବୁଢି ଜଣକ । ସରପଞ୍ଚ ତାଙ୍କୁ ସହାୟତାର ହାତ ବଢାଇ ଆବାସ ଯୋଜନାରେ ଅନ୍ତତଃ ପକ୍ଷେ ଘର ଖଣ୍ଡିଏ ଦେଲେ ନିରାପଦରେ ଜୀବନ ବିତାଇ ପାରନ୍ତା ନିରାଶ୍ରୟା ଶୁକମଣୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.