Home କେନ୍ଦୁଝର ଚୋର ସନ୍ଦେହରେ ତିନି ଯୁବକଙ୍କୁ ଧରିଲେ ଗ୍ରାମବାସୀ

ଚୋର ସନ୍ଦେହରେ ତିନି ଯୁବକଙ୍କୁ ଧରିଲେ ଗ୍ରାମବାସୀ

273

ହାଟଡିହି ୩ । ୮ :(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଅଢ଼େଇଦ୍ୱାର ଅଞ୍ଚଳରେ ଗତ କିଛିଦିନ ହେଲା କିଛି ସନ୍ଦିଗ୍ଧ ବ୍ୟକ୍ତି ବୁଲାବୁଲି କରୁଥିବା ବେଳେ କିଛି ସ୍ଥାନରେ ମଧ୍ୟ ଚୋରୀ ଉଦ୍ୟମ ହୋଇଛି । ଏହାକୁନେଇ ଲୋକ ମାନଙ୍କ ଭିତରେ ଛନକା ପସିଥିବାବେଳେ ଗତକାଲି ବିଳମ୍ବିତ ରାତିରେ ଦୁଇଟି ବାଇକରେ କିଛି ଯୁବକ ଅଢ଼େଇଦ୍ୱାର ବଜାରରେ ବୁଲାବୁଲି କରୁଥିଲେ । ସ୍ଥାନୀୟ ଲୋକମାନେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ତିନିଜଣ ଯୁବକ ବାଇକରେ ଖସି ପଳାଇ ଆସିଥିଲେ । କିନ୍ତୁ ଆଉ ତିନିଜଣଙ୍କୁ ଗ୍ରାମବାସୀମାନେ ଧରି ପୁଲିସ ଜିମା ଦେଇଥିଲେ । ମାତ୍ର ସେମାନେ ଭିନ୍ନକାମରେ ଯାଉଥିବା ନେଇ ଗ୍ରାମବାସୀମାନେ ହୃଦୟଙ୍ଗମ କରିବାରୁ ଭବିଷ୍ୟତରେ ରାତିରେ ଏପରି ବୁଲାବୁଲି ନକରିବା ନେଇ ଥାନାରେ ଲିଖିତ ପ୍ରତିଶୃତି ପରେ ପୁଲିସ ସେମାନଙ୍କୁ ଛାଡି ଦେଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.