Home ଜିଲ୍ଲା ପରିକ୍ରମା ସ୍ୱାମୀ ଆକ୍ରମଣରେ ସ୍ତ୍ରୀ ମୃତ, ଥାନାରେ ବାପ-ପୁଅ ଅଟକ

ସ୍ୱାମୀ ଆକ୍ରମଣରେ ସ୍ତ୍ରୀ ମୃତ, ଥାନାରେ ବାପ-ପୁଅ ଅଟକ

60

ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ମେରାଇନ ଥାନ ଅର୍ନ୍ତଗତ ଜାଗୁଳା ପଂଚାୟତରେ ବଳଭଦ୍ର ପ୍ରସାଦ ଗ୍ରାମରେ ସ୍ୱାମୀ ଆକମଣରେ ସ୍ତ୍ରୀ ପ୍ରାଣ ହରାଇଥିବା ନେଇ ଥାନାରେ ଏକ ଅଭିଯୋଗ ହୋଇ ଅଧିକ ତଦନ୍ତ ଜାରୀ ରହିଛି । ଖବରରୁ ପ୍ରକାଶ ବଳଭଦ୍ରପ୍ରସାଦ ଗ୍ରାମର ଶ୍ରୀନିବାସ ଦାସଙ୍କ ପୁତ୍ର ସୁବ୍ରତ ଦାସ ଗତ ମାର୍ଚ୍ଚ ମାସରେ ତିହିଡି ଥାନା ଅର୍ନ୍ତଗତ ବାଲିଚତୁରୀ ଗ୍ରାମରେ ପ୍ରେମ ବିବାହ କରିଥିଲେ । ଏହା ସୁବ୍ରତଙ୍କ ଦ୍ୱିତୀୟ ବିବାହ ହୋଇଥିବା ବେଳେ ସୁବ୍ରତ ନିଜର ପ୍ରଥମ ସ୍ତ୍ରୀକୁ ମଧ୍ୟ ଶାରିରୀକ ନିର୍ଯ୍ୟାତନା ଦେଇ ଘରୁ ତଡି ଦେଇଥିଲେ । ଘଟଣାରୁ ପ୍ରକାଶ ସୁବ୍ରତଙ୍କ ସ୍ତ୍ରୀ ସୁସ୍ମିତା ୩ମାସର ଗର୍ଭବତୀ ଥିବା ବେଳେ ଏହା ଏକ ଅବାଂଛିତ ଗର୍ଭ ବୋଲି ନିଜର ସ୍ୱାମୀ କହିବା ସହ ଏହା ଗର୍ଭକୁ ନଷ୍ଟ କରିବାକୁ ସେ ସୁସ୍ମିତାକୁ ପ୍ରବର୍ତ୍ତାଉଥିଲେ । ମାତ୍ର ସୁସ୍ମିତା ଏହା ତାଙ୍କର ପ୍ରଥମ ଗର୍ଭ ସେ ନଷ୍ଟ କରିବାକୁ ରୋକଠୋକ ମନା କରିଦେଇଥିଲେ । ଆଜି ସକାଳ ସମୟରେ ସୁବ୍ରତ ସୁସ୍ମିତାକୁ ବାସୁଦେବପରୁ ଯାଇ ଗର୍ଭ ନଷ୍ଟ କରିବାକୁ କହିବା ସହ ଶାରିରୀକ ନିର୍ଯ୍ୟାତନା ଦେଇଥିଲେ । ମାତ୍ର ସୁସ୍ମିତା ନିଜ ସ୍ମାମୀଙ୍କ ଠାରୁ ମାଡ ଖାଇବା ପରେ ପଡୋଶୀ ଲକ୍ଷ୍ମଣ ମିର୍ଧାଙ୍କ ଘରକୁ ଦୌଡି ପଳାଇଯାଇଥିଲେ । ରାଗରେ ବଶବର୍ତ୍ତୀ ହୋଇ ସୁବ୍ରତ ଏକ ରଡ୍ ନେଇ ନିଜର ସ୍ତ୍ରୀ ସୁସ୍ମିତାକୁ ବିଚ ରାସ୍‌ା ଉପରେ ଘୋଷାରୀ ଆଣି ଗୋଇଠା ବିଧା ମାରିବା ସହ ରଡ୍ ସାହାଯ୍ୟରେ ସୁସ୍ମିତାଙ୍କ ମୁଣ୍ଡକୁ ଆଘାତ କରିଥିଲେ । ସେଠାରେ ପ୍ରବଳ ରକ୍ତସ୍ରାବ ହେବା ପରେ ସୁସ୍ମିତା ସେଠାରେ ଟଳି ପଡିଥିଲେ ।

ଏହାକୁ ନେଇ ବଳଭଦ୍ରପ୍ରାସଦ ଗ୍ରାମବାସୀ ଧାମରା ମେରାଇନ ଥାନାକୁ ଫୋନଯୋଗେ ଘଟଣା ବିଷୟରେ ଅବଗତ କରାଇଥିଲେ । ଘଟଣାସ୍ଥଳରେ ପୁଲିସ ପହଂଚି ସଙ୍ଗେ ସଙ୍ଗେ ଏକ ଆମ୍ବୁଲାନ୍ସ ଯୋଗେ ସୁସ୍ମିତାକୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠଇାଥିଲେ । ସେଠାରେ ଉପସ୍ଥିତ ଥିବା ଡାକ୍ତର ସୁସ୍ମିତାର ମୃତ୍ୟୁ ଘୋଷଣା କରିଥିଲେ । ଏହି ଘଟଣା ସୁସ୍ମିତାର ପରିବାର ବର୍ଗ ପାଇବା ପରେ ସେମାନେ ଆସି ବାସୁଦେବପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚି ସୁବ୍ରତର ମା ଏବଂ ସାନଭାଇକୁ ଠେଲାପେଲା କରିଥିଲେ । ପରେ ସୁବ୍ରତଙ୍କ ମା ସମସ୍ତ ଘଟଣା ବିଷୟରେ ସୁସ୍ମିତାଙ୍କ ପରିବାର ଲୋକଙ୍କୁ କହିବା ସହ ସୁବ୍ରତ ଏକ ରଡ ସାହାଯ୍ୟରେ ତାଙ୍କ ଝିଅ ସୁସ୍ମିତାକୁ ମାରି ଦେଇଥିବା କଥା କହିଥିଲେ । ଏହି ଅପମୃତ୍ୟୁକୁ ନେଇ ବାସୁଦେବପୁର ଥାନାରେ ମଧ୍ୟ ଏକ ଲିଖିତ ଅଭିଯୋଗ ହୋଇଛି । ଖବର ଲେଖା ହେବା ବେଳକୁ ସୁସ୍ମିତାର ମୃତ ଶରୀର ବାସୁଦେବପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ରହିଥିବା ଜଣାଯାଇଛି । ସୁସ୍ମିତାର ମୃତ୍ୟୁ ଖବର ପାଇବା ପରେ ସୁସ୍ମିତାର ବାପ ଘର ଲୋକେ ଧାମରା ଥାନାରେ କୌଣସି ଲିଖିତ ଅଭିଯୋଗ କରି ନଥିବା ବେଳେ ଧାମରା ମେରାଇନ ଥାନାଧିକାରୀ ସ୍ଥାନୀୟ ଲୋକଙ୍କ ବୟାନକୁ ନେଇ ସୁସ୍ମିତାର ସ୍ୱାମୀ ସୁବ୍ରତ ଏବଂ ସୁସ୍ମିତାର ଶ୍ୱଶୁର ଶ୍ରୀ ନିବାସଙ୍କୁ ଥାନାରେ ଅଟକ ରଖିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.