Home ଜିଲ୍ଲା ପରିକ୍ରମା ଅଷ୍ଟ୍ରିଆ ଜି-୧ ଅନ୍ତର୍ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବେ ଭଦ୍ରକର ଜଗନ୍ନାଥ ବେହେରା

ଅଷ୍ଟ୍ରିଆ ଜି-୧ ଅନ୍ତର୍ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବେ ଭଦ୍ରକର ଜଗନ୍ନାଥ ବେହେରା

48

ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ୨୮ ନଭେମ୍ବର ଅଷ୍ଟ୍ରିଆର ଭିଏନାରେ ଅନୁଷ୍ଠିତ ଅଷ୍ଟ୍ରିଆ ଜି-୧ ଅନ୍ତର୍ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତା (ବିଶ୍ୱ ତାଇକୋଣ୍ଡୋ ରେଙ୍କିଙ୍ଗ ପ୍ରତିଯୋଗିତା) ରେ ଭଦ୍ରକରୁ ଜଗନ୍ନାଥ ବେହେରା ଭାରତୀୟ ତାଇକୋଣ୍ଡୋ ଦଳରେ ସାମିଲ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ୫୦ ରୁ ଅଧିକ ଦେଶ ଅଂଶ ଗ୍ରହଣ କରୁଛନ୍ତି ଏବଂ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀମାନେ ଆଗକୁ ହେବାକୁ ଯାଉଥିବା ସାଉଥ ଏସିଆନ ଚମ୍ପିୟାନସିପରେ ଅଂଶଗ୍ରହଣ କରିବା ଲାଗି ରେଙ୍କିଙ୍ଗ ବୃଦ୍ଧିରେ ସହାୟକ ହେବ ବୋଲି ଓଡିଶା ତାଇକୋଣ୍ଡୋର ସଭାପତି ସୁନ୍ଦରମଣି ପଟେଲ ଏବଂ ସମ୍ପାଦକ ଚିନ୍ମୟ ବେହେରା କହିଛନ୍ତି । ଜଗନ୍ନାଥ ବେହେରା ପୂର୍ବରୁ ବିଭିନ୍ନ ରାଜ୍ୟ, ଜାତୀୟ ଏବଂ ଅଲ ଇଣ୍ଡିଆ ୟୁନିଭର୍ସିଟି ତାଇକୋଣ୍ଡୋ ପ୍ରତିଯୋଗିତାରେ ପଦକ ହାସଲ କରିଛନ୍ତି । ଜଗନ୍ନାଥ ବେହେରାଙ୍କୁ ଜାତୀୟ ତାଇକୋଣ୍ଡୋ ସଂଘ (ଇଣ୍ଡିଆ ତାଇକୋଣ୍ଡୋ) ସମ୍ପୂର୍ଣ୍ଣ ରୂପେ ସହଯୋଗର ହାତ ବଢାଇଛନ୍ତି । ଓଡିଶା ତାଇକୋଣ୍ଡୋର ଯୁଗ୍ମ ସମ୍ପାଦକ ସନ୍ଦିପ କୁମାର ସାହୁ, ପ୍ରଭାତ ଚନ୍ଦ୍ର ସାହୁ, ଭଦ୍ରକ ଜିଲ୍ଲା ଆମେଚର ତାଇକୋଣ୍ଡୋ ସଂଘର ସଭାନେତ୍ରୀ ରଞ୍ଜିତା ସ୍ୱାଇଁ ଏବଂ ସଂଘର ସମସ୍ତ ସଦସ୍ୟ ଏବଂ କ୍ରୀଡାବିତ୍ ସତ୍ୟପ୍ରକାଶ ମହାନ୍ତି, ସ୍ୱଦେଶ ରଂଜନ ରାଉତ, ପ୍ରସନ୍ନଜିତ୍ ବିଶ୍ୱାଳ, ସମରଜିତ ଚକ୍ର, ନବୀନ ପଢିହାରୀ, ରିଚା ମହାନ୍ତି, ହରପ୍ରିୟା ମହାକୁଡ, ସାସ୍ୱତୀ ନାୟକ, ସିଲା ଦାସ, ଜଗନ୍ନାଥଙ୍କୁ ଶୁଭେଚ୍ଛା ଜଣାଇବା ସହ କିପରି ଆଗକୁ ଆସୁଥିବା ପ୍ରତିଯୋଗୀତାରେ ବିଶ୍ୱ ରେଙ୍କିଙ୍ଗ ବୃଦ୍ଧି କରିପାରିବେ ସେଥିପାଇଁ ଶୁଭକାମନା ଜଣାଇଛନ୍ତି । ଜଗନ୍ନାଥ ବେହେରାଙ୍କ ସମସ୍ତ ଖର୍ଚ୍ଚ ଓଡିଶା ତାଇକୋଣ୍ଡୋ ବହନ କରିବ ବୋଲି ସମ୍ପାଦକ ଶ୍ରୀ ବେହେରା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.