Home କେନ୍ଦୁଝର ସ୍ୱାମୀର ନିର୍ଯ୍ୟାତନା ସହିନପାରି ଥାନାର ଦ୍ୱାରସ୍ଥ ହେଲେ ମହିଳା

ସ୍ୱାମୀର ନିର୍ଯ୍ୟାତନା ସହିନପାରି ଥାନାର ଦ୍ୱାରସ୍ଥ ହେଲେ ମହିଳା

59

ହାଟଡ଼ିହି, ୧୧ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ସମଣା ଗ୍ରାମର ଜଣେ ମହିଳା ସ୍ୱାମୀର ନିର୍ଯ୍ୟତନା ସହିନପାରି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଖବରରୁ ଜଣାଯାଇଛି ଯେ ଶାଳଣିଆଁ ଗ୍ରାମର ସୁବାସ ରଣାଙ୍କ ଝିଅ ଜ୍ୟୋସ୍ନା ରଣା ଗତ ୧୩ବର୍ଷ ପୁର୍ବେ ସମଣା ଗ୍ରାମର ରବି ରଣାଙ୍କ ପୁଅ ସହଦେବକୁ ବିବାହ କରିଥିଲା । ଏବେ ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଥିବାବେଳେ ଗତ କିଛିଦିନ ହେବ ସହଦେବ ନିୟମିତ ଭାବେ ଜ୍ୟୋତ୍ସ୍ନାଙ୍କ ଉପରେ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଛି । ଗତ କାଲି ପ୍ରବଳ ମାଡମାରି ଏକ ଅଟୋ ଡାକି ରାତି ୧୨ଟାବେଳେ ଜ୍ୟୋତ୍ସ୍ନାଙ୍କୁ ତାର ବାପଘରକୁ ପଠାଇ ଦେଇଥିଲା । କିନ୍ତୁ ଜ୍ୟୋତ୍ସ୍ନା ବାପଘରକୁ ଯିବାକୁ ରାଜି ନହୋଇ ସେହି ଅଟୋରେ ରାତିସାରା ତିନୋଟି ଛୁଆଙ୍କୁ ଧରି ବସିରହିଥିଲା । ଫଳରେ ଖବରପାଇ ନନ୍ଦିପଦା ପୁଲିସ ପହଞ୍ଚି ଜ୍ୟୋତ୍ସ୍ନାକୁ ବୁଝାସୁଝା କରିବାପରେ ସେ ଏନେଇ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରି ପୁଲିସ ପାଖରୁ ନ୍ୟାୟ ଭିକ୍ଷା କରିଛି । ପୁଲିସ ସହଦେବକୁ ଡକାଇ ବିବାଦର ସମାଧାନ ପାଇଁ ଉଦ୍ୟମ କରୁଥିବା ଥାନା ଏସଆଇ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.