Home ଓଡ଼ିଶା ସ୍ୱାଭିମାନ ଅଳରେ ଲାଲବାହିନୀର ଲାଲ ତାଣ୍ଡବ: ପୁଲିସ ଇନଫରର୍ମର ସନ୍ଦେହରେ ତିନିଜଣଙ୍କୁ ଅପହରଣ କରି ନିସ୍ତୁକମାଡ...

ସ୍ୱାଭିମାନ ଅଳରେ ଲାଲବାହିନୀର ଲାଲ ତାଣ୍ଡବ: ପୁଲିସ ଇନଫରର୍ମର ସନ୍ଦେହରେ ତିନିଜଣଙ୍କୁ ଅପହରଣ କରି ନିସ୍ତୁକମାଡ ମାରି ଜଣଙ୍କୁ ହତ୍ୟା କଲେ ମାଓବାଦୀ

61

ମାଲକାନଗିରି, ୨୧/୧୦ (ଓଡ଼ିଆ ପୁଅ) କିଛି ଦିନ ନିରବତା ପରେ ପୁଣି ସ୍ବାଭିମାନ ଅଳରେ ମାତିଛନ୍ତି ମାଓବାଦୀ। ମାଲକାନଗିର ଜିଲ୍ଲା ସ୍ଵାଭିମାନ ଅଳର ଜୋଡାମ୍ବ ଥାନାସ୍ଥ ଖଜୁରିଗୁଡା ଗ୍ରାମରେ ଲାଲବାହିନୀ ଲାଲ ତାଣ୍ଡବ ଘଟାଇ ତିନିଜଣଙ୍କୁ ଅପହରଣ କରିନେଇ ନିସ୍ତୁକ ମାଡ ମାରି ଜଣେ ଯୁବକକୁ ନିର୍ମମଭାବେ ହତ୍ୟା କରିଛନ୍ତି। ଗତ କାଲି ସ୍ଵାଭିମାନ ଅଞ୍ଚଳ ଜୋଡାମ୍ବ ଥାନା ଅଞ୍ଚଳରେ ମାଓବାଦୀମାନେ ପୁଲିସ ଫୋର୍ସ ଓ ବିଏସଏଫ ଯବାନ ମାନଙ୍କୁ ଟାର୍ଗେଟ କରି ଗୋରାସେତୁ ନିକଟରେ ୭ଟି ବୋମା ଖଞ୍ଜିଥିଲେ। ସେହି ବୋମାଗୁଡିକୁ ଯବାନ ମାନେ ଉଦ୍ଧାର କରି ନଷ୍ଟ କରିଦେଇଥିବାରୁ ବିସ୍ପୋରଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଖଜୁରିଗୁଡା ଗ୍ରାମର ତିନିଜଣ ଯୁବକ ପୁଲିସ ଇନଫର୍ମର ସାଜି ରାସ୍ତାରେ ପୋତା ଯାଇଥିବା ବୋମା ସଂପର୍କରେ ଯବାନମାନଙ୍କୁ ସୂଚନା ଦେବାରୁ ବୋମା ଗୁଡିକୁ ଯବାନମାନେ ଉଦ୍ଧାର କରିବାରେ ସକ୍ଷମ ହୋଇପାରିଲେ ବୋଲି ମାଓବାଦୀମାନେ ସନ୍ଦେହ କରିଥିଲେ। ମଙ୍ଗଳବାର ରାତ୍ରରେ ପ୍ରାୟ ୩୦ରୁ ଉର୍ଦ୍ଧ ମାଓବାଦୀ ଖଜୁରୀଗୁଡା ଗ୍ରାମରେ ପ୍ରବେଶ କରି ସେହି ଗ୍ରାମର ଦାସଖେମୁଡୁ (୨୫), ସନା ହତାଳ (୩୦), ସମର ଖିଲ (୩୫) ନାମକ ତିନିଜଣ ଆଦିବାସୀ ଯୁବକଙ୍କୁ ଏଥିପାଇଁ ଦାୟୀ କରିବା ସହ ପୁଲିସ ଇନଫର୍ମର ସନ୍ଦେହରେ ଘରୁ ଉଠାଇନେଇ ଥିଲେ। ସେହି ତିନିଜଣଙ୍କୁ ଗାଁ ମୁଣ୍ଡରେ ନିସ୍ତୁକ ମାଡ ଦେଇଥିଲେ। ସନା ହନ୍ତାଳ, ସମର ଖିଲ ଗୁରୁତର ଭାବେ ଆହତ ଅବସ୍ଥାରେ ମାଓବାଦୀଙ୍କ କବଳରୁ ଖସିଆସିଥିବା ବେଳେ ଦାଖେମୁଡୁ କୁ ମାଓବାଦୀମାନେ ଠେଙ୍ଗା ଓ ଟିଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିବାରୁ ଦାସ ଖେମୁଡୁର ମୃତ୍ୟୁ ଘଟିଥିଲା। ମୃତ ଶରୀରକୁ ଗାଁ ମୁଣ୍ଡରେ ପକାଇ ଦେଇ ମାଓବାଦୀ ମାନେ ଜଙ୍ଗଲକୁ ପଳାଇଥିଲେ। ସେହି ରାତ୍ର ରେ ପରିବାର ଲୋକେ ଓ ଗ୍ରାମବାସୀ ଘଟଣାସ୍ତଳରେ ପହଁଚି ଦାସ ଖେମୁଡୁଙ୍କ ମୃତ ଶରୀର ଘରକୁ ନେଇଯାଇଥିଲେ। ଏ ସଂପର୍କରେ ଜାଣିବା ପରେ ରାତ୍ରରେ ଜୋଡାମ୍ବ ଥାନା ପୁଲିସ ଘଟାଣାସ୍ଥଳରେ ପହଁଚି ମୃତ ଶରୀର ଜବତ କରିଥିଲେ। ଗତ କାଲି ରାତ୍ର ଠାରୁ ଆଜିପର୍ଯ୍ୟନ୍ତ ଜୋଡାମ୍ବ ଥାନା ପୁଲିସ ଓ ବିଏସଏଫ ଯବାନ ମାନଙ୍କ ପକ୍ଷରୁ ସେ ଅଳରେ କୁମ୍ବି ଅପରେସନକୁ ଯୋରଦାର ଆରମ୍ଭ ହୋଇ ଯାଇଛି। ଆଜି ସକାଳେ ମୃତ ଦାସ ଖେମୁଡୁଙ୍କ ଶବବ୍ୟବଚ୍ଛେଦ କରାଯିବା ପରେ ପୁଲିସ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରି ଘଟଣା ସଂପର୍କରେ ତଦନ୍ତ ଚଳାଇଛନ୍ତି। ଗୁରୁତର ଭାବେ ଆହତ ହୋଇ ଥିବା ସନା ହତାଳ ଓ ସମରା ଖିଲ ମାଓବାଦୀଙ୍କ ଭୟରେ ଲୁକାଇତ ଭାବେ ହସପିଟାଲରେ ଚିକିତ୍ସା ହେଉଥିବାର ଜଣାପଡିଛି। ଏହି ଘଟଣା ସ୍ଵାଭିମାନ ଅଳରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.