Home ଓଡ଼ିଶା ଯୋଡା ଆହାର କେନ୍ଦ୍ରରୁ ତାଲା ଭାଙ୍ଗି ୨ଟି ଏଲସିଡି ଟିଭି ଚୋରି

ଯୋଡା ଆହାର କେନ୍ଦ୍ରରୁ ତାଲା ଭାଙ୍ଗି ୨ଟି ଏଲସିଡି ଟିଭି ଚୋରି

78

ଯୋଡା – ୨୧/୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ଥାନା ଅନ୍ତର୍ଗତ କମାରଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଆହାର କେନ୍ଦ୍ରରୁ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ୨ ଟି ଏଲସିଡ ଟିଭିି ଚୋରି ହୋଇଥିବା ନେଇ ଯୋଡା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାଇ କମାରଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଆହାର କେନ୍ଦ୍ରକୁ ଭୋଜନ କରିବା ପାଇଁ ଆସୁଥିବା ଜନସାଧାରଣ ଏହି ଏଲସିଡି ଟିଭି ମାଧ୍ୟମରେ ଓଡିଶା ସରକାରଙ୍କର ବିଭିନ୍ନ ବାର୍ତ୍ତା ଦେଖିଥାନ୍ତିି । ମଙ୍ଗଳବାର ରାତି ୯ ଟା ସମୟରେ ଏହି ଆହାର କେନ୍ଦ୍ରଟିର କାର୍ଯ୍ୟ ସରିବା ପରେ ଚାବି ପକାଇ ମହିଳା ମାନେ ପଳେଇଥାନ୍ତି । ହେଲେ କିଛି ଦୁର୍ବୃତ୍ତ ବିଳମ୍ବିତ ରାତିରେ ଏହି ଆହାର କେନ୍ଦ୍ରଟିର ତାଲା ଭାଙ୍ଗି ୨ଟି ଏଲସିଡି ଟିଭି ନେଇପଳାଇଥିବା ଜଣାପଡିଛି । ବୁଧବାର ସକାଳ ୧୦ ଟା ସମୟରେ ଆହାର କେନ୍ଦ୍ରରେ କାର୍ଯ୍ୟ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର କିଛି ମହିଳା ଆସି ଦେଖିଥିଲେ ଯେ ଉକ୍ତ ଆହାର କେନ୍ଦ୍ର ମୁଖ୍ୟ କବାଟ ତାଲା ଭାଙ୍ଗି ୨ ଟି ଏଲସିଡି ଟିଭି ଚୋରି ହୋଇଯାଇଛି । ତୁରନ୍ତ ଆହାର କେନ୍ଦ୍ରର ଦାୟିତ୍ୱରେ ଥିବା କର୍ମଚାରୀ ଯୋଡା ପୋଲିସକୁ ଲିଖିତ ଅଭିଯୋଗ କରିଥିଲେ । ସୂଚନାରୁ ପ୍ରକାଶ ଯେ ଯୋଡା ସହରରେ ବିଭିନ୍ନ ବସ୍ତିମାନଙ୍କରେ ନିଶା ସାମଗ୍ରୀ ବିକ୍ରି ହେଉଥିବା ଉପରେ ରୋକ ଲଗାଇ ପାରୁନଥିବା ବେଳେ ବାହାର ରାଜ୍ୟରୁ କିଛି ଦୁର୍ବୃତ୍ତ ଆସି ଯୋଡା ସହରରେ ରହୁଥିବା ବେଳେ ଯୋଡା ପୁଲିସର ନିଷ୍କ୍ରିୟତା ଓ ପେଟ୍ରୋଲିଂ ଢିଲା ହେଉଥିବାରୁ ଅନ୍ୟ ରାଜ୍ୟର ଅପରାଧୀ ସହଜରେ ଅଞ୍ଚଳ ଭିତରେ ପ୍ରବେଶ କରି ଅପରାଧ ଘଟାଇ ଚାଲିଯାଉଛନ୍ତି । ତେବେ ଏହି ଆହାର କେନ୍ଦ୍ରଟିରେ ଲାଗିଥିବା ସିସିଟିଭି କ୍ୟାମେରା ଅଚଳ ହୋଇପଡିଥିବା ସହ କେନ୍ଦ୍ର ଗୁଡିକରେ ସୁରକ୍ଷା କର୍ମୀ ରହୁନଥିବା ଅତି ଦୁର୍ଭାଗ୍ୟ ଜନକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.