Home ଜିଲ୍ଲା ପରିକ୍ରମା ସ୍ୱାଭିମାନ ଅଚଂଳ ସହ ବଣ୍ଡାଘାଟିରେ ପାଇଖାନା ନିର୍ମାଣରେ ମହାଦୁର୍ନିତି ନେଇ ଗର୍ଜିଲେ କଂଗ୍ରେସ ଦଳ

ସ୍ୱାଭିମାନ ଅଚଂଳ ସହ ବଣ୍ଡାଘାଟିରେ ପାଇଖାନା ନିର୍ମାଣରେ ମହାଦୁର୍ନିତି ନେଇ ଗର୍ଜିଲେ କଂଗ୍ରେସ ଦଳ

26

ମାଲକାନଗିରି,୨୦ା୩ (ଓଡିଆ ପୁଅ ) ସ୍ୱାଭିମାନ ଅଚଂଳ ଓ ବଣ୍ଡାଘାଟିରେ ପାଇଖାନା ନିର୍ମାଣ ନାମରେ କୋଟିଏରୁ ଉର୍ଦ୍ଦଟଙ୍କା ର ମହାଦୁର୍ନିତି ସହ ଅନ୍ୟାନ ଉନ୍ନୟନ ମୂଳକ କାର୍ଯ୍ୟରେ ଦୁର୍ନିତି ଅଭିଯୋଗ ଆଣିଛନ୍ତି ଜିଲ୍ଲାକଂଗ୍ରେସ ଦଳ । ଆଜି ମାଲକାନଗିରି ଜିଲ୍ଲାକଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ମାହାଦୁର୍ନିତିର ପେଡି ଖୋଲିଛନ୍ତି ପୁବ ର୍ତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି କଂଗ୍ରେସନେତା ପ୍ରଦୀପ ମାଝୀ । ଗତ ଦୁଇଦିନ ହେଲା କଂଗ୍ରେସ ଦଳ ପକ୍ଷରୁ ଏକ ପ୍ରତିନିଧି ଦଳ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳ ଓ ମୁଦୁଲିପଡା,ଅଣ୍ଡ୍ରାହଲ ପଚାଂୟତ ବଣ୍ଡାଘାଟି ପରିଦର୍ଶନକରା ଯାଇ ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ତଦାରଖ କରାଯିବାରୁ ସ୍ୱଚ୍ଛଭାରତ ଅଭିଯାନ ର ପାଇଖାନା ନିର୍ମାଣ ରେ ମହାଦୁର୍ନିତି ହୋଇଥିବାର ଜଣାପଡିଥିଲା ।ଏହା ବ୍ୟତିତ ସ୍ୱାଭିମାନଅଚଂଳରେ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ନାମରେ କୋଟି କୋଟି ଟଙ୍କାର ଦୁର୍ନିତି ହୋଇଛି । ବିଶେଷ କରି ସ୍ୱାଭିମାନଅଚଂଳ ରେ ଶିକ୍ଷାର ଅଗ୍ରଗତି ନିମନ୍ତେ ଏକ ଆବାସିକ ବିଦ୍ୟାଳୟ ନିର୍ମାଣ ସ୍ୱାଭିମାନ ଅଚଂଳବାସୀଙ୍କ ଦାବି ମୁତାବକ ଦୁଇବର୍ଷତଳେ ଏସଆର କମ୍ପାନି ୧କୋଟି୩୦ଲକ୍ଷ ଟଙ୍କା ଜିଲ୍ଲାପ୍ରଶାସନ ନିକଟରେ ପୌଠକରିଥିଲେ । ହେଲ ଦୀର୍ଘ ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ବିଦ୍ୟାଳୟ ଟିଏ ନିର୍ମାଣ ହୋଇ ପାରିନଥିବାରୁ ବାଧ୍ୟହୋଇ ସ୍ୱାଭିମାନ ଅଚଂଳର ବାସୀ ସେମାନଙ୍କ ପିଲାମାନଙ୍କୁ ଓଡିଆ ଭାଷା ବଦଳରେ ଆନ୍ଦ୍ରପ୍ରଦେଶ କୁ ପଠାଇ ତେଲୁଗୁ ଭାଷୀ ରେ ପାଠପଢାଉଛନ୍ତି । ଭବିଷ୍ୟତରେ କୋରୁପୁଟ ଜିଲ୍ଲା ସୀମାନ୍ତ କଟିଆ ଗ୍ରାମପରି ଅବସ୍ଥା ହୋଇ ସ୍ୱାଭିମାନ ଅଚଂଳ ଆନ୍ଦ୍ରକବ୍ଚାକୁ ଚାଲି ଯିବ,ଜିଲ୍ଲାପାଳ ଓଡିଶାର ବିକାଶ ପାଇଁ ନା ଆନ୍ଦ୍ରସରକାରଙ୍କର ବିକାଶ ପାଇଁ କାର୍ଯ୍ୟକରୁଛନ୍ତି ବୋଲି ଶ୍ରୀ ମାଝୀକହିଛନ୍ତି । ସ୍ୱାଭିମାନ ଅଚଂଳରେ ସ୍ୱାଚ୍ଛଭାରତ ର ପାଇଖାନା ଦୁର୍ନିତି ପଦାକୁ ଆସିବାପରେ କେବଳ ଜେଇ ଓ ବିଡିଓଙ୍କୁ ନିଲମ୍ବନ କରିଦିଆଯାଇଛି ହେଲେ ଗ୍ରାମବାସୀଙ୍କର କୌଣସି ପାଇଖାନା ଟିଏ ବି ନିର୍ମାଣ ହୋଇପାରିଲା ନାହିଁ । ସ୍ୱାଭିମାନ ଅଚଂଳର ବିକାଶ ପାଇଁ କୋଟି କୋଟି ଟଙ୍କା ସରାକାର ବ୍ୟୟକରୁଥିବାର ଡିଣ୍ଡିମ ପିଟୁଥିବା ବେଳେ ଏବେ ବି ସେ ଅଚଂଳରେ ସ୍ୱାସ୍ଥ୍ୟ,ଶିକ୍ଷା, ଗମନା ଗମନ,ପାନୀୟଜଳ ବ୍ୟବସ୍ଥା ହୋଇପାରିନାହିଁ । ଏଣୁ ଆସନ୍ତା ୧୫ଦିନ ମଧ୍ୟରେ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱାଭିମାନ ଅଚଂଳରେ ହୋଇଥିବା ଦୁର୍ନିତିର ତଦନ୍ତ କରି ଉନ୍ନୟନମୁଳକ କାର୍ଯ୍ୟକୁ ତ୍ୱାରାନିତ ନକଲେ ଏପ୍ରିଲ ୫ତାରିଖରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳ ରେ ଆନ୍ଦୋଳନ କରାଯିବାସହ ସେ ଅଚଂଳରେ ଅର୍ନିଦ୍ଧକାଳ ପର୍ଯ୍ୟନ୍ତ ବନ୍ଦଡାକରା ଦେବାକୁ କଂଗ୍ରେସଦଳ ଓ ସ୍ୱାଭିମାନ ଅଚଂଳବାସୀ ବାଧ୍ୟାହେବେ ବୋଲି ପୁବ ର୍ତନ ସାଂସଦ ଶ୍ରୀ ମାଝୀ କହିଛନ୍ତି । ଏହା ବ୍ୟତିତି ଦୁର୍ଗମ ବଣ୍ଡାଘାଟିରେ ସ୍ୱଚ୍ଛଭାରତ ମିଶିନର ପାଇଖାନା ନିର୍ମାଣ ନାମରେ ବିଭାଗୀୟ ଅଧିକାରୀ କୋଟି କୋଟି ଟଙ୍କା ଦୁର୍ନିତି କରିଥିବାର ଜଣାପଡିଛି । ଶରଳ ନିରିହ ବଣ୍ଡା ଲୋକହ୍‌କ ଘରେ ପାଇଖାନା ନିର୍ମାଣ କରାନ ଯାଇ ଟଙ୍କା ହଡପ ହୋଇଛି । ପ୍ରତି ପାଇଖାନା ପିଛା ୭ହଜାର ଲେଖା ଟଙ୍କା ପିସି ନିଆଯାଇଥିବାର ଖବର ଜଣାପଡିଛି, ଏହାର ବିଧି ବଦ୍ଧ ଭାବେ ତଦନ୍ତ କରାଯାଇ ଅପରାଧିଙ୍କ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଟାନ ଗ୍ରହଣ କରାନଗଲେ ।ଗାମିଦିନରେ ଖଇରପୁଟବ୍ଲକ ଓ ବଣ୍ଡା ଘାଟଚିରେ ଆନ୍ଦୋଳନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝି ସୁଚନାଦେଇଛନ୍ତି । ଏହି ସାମ୍ବାଦିକ ସମ୍ମାଳନୀରେ ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲାକଂଗ୍ରେସ କମିଟି ସଭାପତି ଗୋବିନ୍ଦପାତ୍ର, କଂଗ୍ରେସ ନେତା ରାମପ୍ରସାଦ ପଟନାୟକ,ମାଲା ମାଢି,ଜି.ଶ୍ରୀନିବାସ ରାଓ,ପେଣ୍ଡ୍ରାପଣ୍ଡା, ପର୍ଶୁରାମଭକ୍ତ,ପ୍ରାନ ମଣ୍ଡଳ, ଛବିଦାଶ,ଲ କ୍ଷ୍‌ମି ନାରାୟଣ ମହାରଣା,ରିବା ରାଜେଶ,ପଦ୍ମପାଙ୍ଗି ପ୍ରମୁଖ କଂଗ୍ରେସ ଦଳର ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.