Home ଜିଲ୍ଲା ପରିକ୍ରମା ସ୍ୱାଭିମାନ ଅଚଂଳ ଜାନବାଇ ସ୍ବାସ୍ଥ୍ୟକେନ୍ଦ୍ର ଭିତରକୁ ବାଲିମେଳା ଜଳଭଣ୍ଡାର ପାଣି ପସି ସ୍ୱାସ୍ଥ୍ୟ ସେବା ରେ...

ସ୍ୱାଭିମାନ ଅଚଂଳ ଜାନବାଇ ସ୍ବାସ୍ଥ୍ୟକେନ୍ଦ୍ର ଭିତରକୁ ବାଲିମେଳା ଜଳଭଣ୍ଡାର ପାଣି ପସି ସ୍ୱାସ୍ଥ୍ୟ ସେବା ରେ ବାଧା 

75

ମାଲକାନଗିରି,୧୨ା୧୦(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳ ଜାନବାଇ ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଭିତରକୁ ବାଲିମେଳା ଜଳଭଣ୍ଡାରର ପାଣି ପସି ଆସିଥିବାରୁ ସ୍ୱାସ୍ଥ୍ୟସେବାରେ ବାଧାସୃଷ୍ଟିହୋଇଛି । ।ଗତକିଛି ଦିନହେଲା ବାଲିମେଳାଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧିପାଇ ଚାଲିଥିବାରୁ ଜଳଭଣ୍ଡାର ନିକଟ ରେ ଥିବା ଚାଷଜମିଗୁଡିକ ନଷ୍ଟହେବା ସହ ଆଜି ସକାଳେ ହଟାତ ଜାନବାଇ ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର କୋଠରୀ ଭିତରକୁ ଜଳଭଣ୍ଡାର ପାଣିପସି ଯାଇ ଡାକ୍ତର ଓ ରୋଗୀଙ୍କ ରହିବା ଘର ଗୁଡିକ ବୁଢିଯାଇଛି । ଡାକ୍ତରଖାନା ଭିତରକୁ ପାଣି ପସିଯିବାରୁ ଅନେକ ଔଷଧ ଓ ଯନ୍ତ୍ରପାତି ଗୁଡିକ ପାଣିରେ ବୁଡି ଯାଇ ନଷ୍ଟହୋଇ ଯିବା ଦ୍ୱାରା ରୋଗୀ ସେବାରେ ବାଧାସୃଷ୍ଟି ହୋଇଛି । ଡାକ୍ତରଖାନା ଟି ତଳୁଆ ଥିବାରୁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ହେଲେ ପାଣି ଡାକ୍ତରଖନା ଭିତରକୁ ପସି ଆସିଥାଏ, ଏ ସଂପର୍କରେ ବାରମ୍ବାର ବିଭାଗୀୟ ଅଧିକାରୀ ଙ୍କୁ ଜଣାଇଲେ ମଧ୍ୟ କିଛି ସୁଫଳ ମିଳିନଥିବାରୁ ସ୍ୱାଭିମାନ ଅଚଂଳର ଗରିବ ରୋଗୀ ମାନେ ସ୍ୱାସ୍ଥ୍ୟ ସେବାରୁ ବଚିଂତ ହେଉଥିବାର ଦେଖିବାକୁ ମିଳିଛୁ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.