Home ଜିଲ୍ଲା ପରିକ୍ରମା ସ୍ୱାଧୀନତା ସଂଗ୍ରାମୀ ୰ ପ୍ରହ୍ଲାଦ ମହାପାତ୍ରଙ୍କ ସ୍ମୃତିଚାରଣ ସଭା

ସ୍ୱାଧୀନତା ସଂଗ୍ରାମୀ ୰ ପ୍ରହ୍ଲାଦ ମହାପାତ୍ରଙ୍କ ସ୍ମୃତିଚାରଣ ସଭା

51

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାବରଙ୍ଗର ଗର୍ବ ଓ ଗୌରବ କୁହାଯାଉଥିବା ସ୍ୱାଧୀନତା ସଂଗ୍ରାମୀ ୰ ପ୍ରହ୍ଲାଦ ଚନ୍ଦ୍ର ମହାପାତ୍ରଙ୍କର ଏକାଦଶାହ ଅବସରରେ ତାଙ୍କ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଦିବଂଗତ ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ସହିତ ୨ ମିନିଟ୍ ନୀରବ ପ୍ରାର୍ଥନା ପୂର୍ବକ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା । ସ୍ୱାଧୀନତା ସଂଗ୍ରାମର ଲହୁ ଲୁହର ଇତିହାସକୁ ପ୍ରତ୍ୟେକ୍ଷ ଭାବରେ ଦେଖିଥିବା ଓ ଘରୁ ଲୁଚିକରି ପଳାଇଯାଇ ସେହି ମହାନ୍ ସଂଗ୍ରାମରେ ଝାସ ଦେଇଥିବା ସ୍ୱାଧୀନତା ସଂଗ୍ରାମୀ ପ୍ରହ୍ଲାଦ ଚନ୍ଦ୍ର ମହାପାତ୍ର ବିୟୋଗ ଏ ଅଂଚଳ ପାଇଁ ଏକ ଅପୂରଣୀୟ ଶୂନ୍ୟସ୍ଥାନ ଆଣିଦେଇଥିବା ବକ୍ତାମାନେ ପ୍ରକାଶ କରିଥିଲେ । ଭଦ୍ରକ ବ୍ଲକ୍ ଅନ୍ତର୍ଗତ ସାବରଙ୍ଗର ଗର୍ବ ଓ ଗୌରବର ତଥା ସଭିଙ୍କ ପ୍ରାୟ ସ୍ୱାଧୀନତା ସଂଗ୍ରାମୀ ପ୍ରହ୍ଲାଦ ଚନ୍ଦ୍ର ମହାପାତ୍ରଙ୍କର ୯୮ ବର୍ଷ ବୟସରେ ଗତ ୬ ତାରିଖରେ ପରଲୋକ ହୋଇଥିଲା । ଗତ ଜୁଲାଇ ମାସରୁ ସେ ଶଯ୍ୟାଶାୟୀ ଥିଲେ । ଅସୁସ୍ଥ ହେବା ପୂର୍ବରୁ ୯୮ ବର୍ଷ ବୟସରେ ମଧ୍ୟ ସେ ପାଦରେ ଚାଲି ବଜାରକୁ ଆସି ଲୋକଙ୍କ ସାଙ୍ଗରେ ମିଶିବା ଓ ପୁସ୍ତକ ପତ୍ରପତ୍ରିକା ଓ ଖବର କାଗଜ ପଢୁଥିବା ତାଙ୍କର ଦୈନନ୍ଦିନ ଅଭ୍ୟାସ ଥିଲା ଏବଂ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ଏହି ସଂଗ୍ରାମୀ ଅସହଯୋଗ ଆନ୍ଦୋଳନ ସମୟରେ ଘରୁ ଲୁଚିକି ପଳାଇ ଯାଇ ସେ ବେଳର ଆଗଧାଡିର ସ୍ୱାଧୀନତା ସଂଗ୍ରାମୀ ତଥା ସାଂସଦ ଧରଣୀଧର ଜେନାଙ୍କ ସହିତ ଦେଶର ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇ ଗୋରା ଶାସନ ବିରୁଦ୍ଧରେ ଲଢେଇ ଜାରି ରଖି ଅନେକ ଥର କାରାବରଣ କରିଥିଲେ । ଏହି ବିଶିଷ୍ଟ ତଥା ବରିଷ୍ଠ ସଂଗ୍ରାମୀଙ୍କ ଦେହାବସନ ସଂପୃକ୍ତ ଅଂଚଳରେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ତାଙ୍କର ଗୁଣାବଳୀ ଓ ଆଦର୍ଶକୁ ନେଇ ସ୍ମୃତି ଚାରଣା କରାଯାଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହି ଅବସରରେ ତାଙ୍କ ଉଦ୍ଦେଶ୍ୟରେ ଏକ ସ୍ମରଣିକା ଲୋକାର୍ପଣ କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜିଲା ପରିଷଦ ସଦସ୍ୟ ସୁକାନ୍ତୀ ନାୟକ, ସ୍ଥାନୀୟ ସରପଞ୍ଚ ରଂଜିତା ନାୟକ, ସମିତି ସଭ୍ୟା ରଶ୍ମିତା ମଲ୍ଲିକ, ଯୁବକ ସମାଜସେବୀ ଭ୍ରମରବର ନାୟକ, ଗୋଲକ ଚନ୍ଦ୍ର ମହାପାତ୍ର, ବିଷ୍ଣୁମୋହନ ମହାପାତ୍ର, ମହେନ୍ଦ୍ର ମହାକୁଡ, ବିଭୂତି ଭୂଷଣ ସାମନ୍ତ, ଅନାମ ଚରଣ ଦାସ ଓ ବାବାଜୀ ଚରଣ ସାମଲ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଓ ଆତ୍ମୀୟ ସ୍ୱଜନମାନେ କୋଭିଡ୍ ନିୟମ ମାଳନ ସହିତ ଏଥିରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.