Home ଜିଲ୍ଲା ପରିକ୍ରମା ଆର୍ଥିକ ସାକ୍ଷରତା ଓ ଗୋଷ୍ଠୀ ସହାୟକଙ୍କ ତାଲିମ ଶିବିର ଉଦ୍‌ଯାପିତ

ଆର୍ଥିକ ସାକ୍ଷରତା ଓ ଗୋଷ୍ଠୀ ସହାୟକଙ୍କ ତାଲିମ ଶିବିର ଉଦ୍‌ଯାପିତ

20

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆର୍ôଥକ ସୁଦୃଢ କରିବା ନିମନ୍ତେ ଆର୍ôଥକ ସାକ୍ଷରତା ଓ ଗୋଷ୍ଠୀ ସହାୟକଙ୍କ ଏକ ୬ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି । ୟୁକୋ ଗ୍ରାମୀଣ ଆତ୍ମ ନିଯୁକ୍ତି ସଂସ୍ଥା ମାଧ୍ୟମରେ ନିର୍ଦ୍ଦେଶିକା ପ୍ରତିଭା ମଞ୍ଜରୀ ସାହୁଙ୍କ ତତ୍ତ୍ୱାବଧାନରେ ଚାଲିଥିବା ଏହି ଶିବିରରେ ତିହିଡି ବ୍ଳକରୁ ୨୫ଜଣ ପ୍ରଶିକ୍ଷାର୍ଥୀ ଭାଗ ନେଇ ତାଲିମପ୍ରାପ୍ତ ହୋଇଥିଲେ । ଆଜି ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ସଞ୍ଜୟ କୁମାର ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ପରାମର୍ଶ ଦେଇଥିଲେ । ତାଲିମପ୍ରାପ୍ତ ମହିଳାମାନେ ଆଗାମୀ ଦିନରେ ବେଶ୍ ସଫଳତା ହାସଲ କରିବେ ବୋଲି ଆଶାବ୍ୟକ୍ତ କରିଥିଲେ । ଏହି ଅବସରରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ କିଟ୍ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.