Home ଜିଲ୍ଲା ପରିକ୍ରମା ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉଡ଼ାଇ ଆକ୍ରୋଶର ଶିକାର ଆଇନଜୀବୀ

ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉଡ଼ାଇ ଆକ୍ରୋଶର ଶିକାର ଆଇନଜୀବୀ

113

ବାଲେଶ୍ୱର, ୧୭ା୮(): ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉଡ଼ାଇ ବିଚ୍ଛିନ୍ନତାବାଦୀଙ୍କ ଆକ୍ରୋଶର ଶିକାର ହୋଇଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଆଇନଜୀବୀ ନିଜ ପରିବାରର ସୁରକ୍ଷା ପାଇଁ ଗୁହାରୀ କରିଛନ୍ତି। ବାଲେଶ୍ୱର ସହରର ନୁରପୁର ରୋଡ଼ ଅଞ୍ଚଳର ଶେଖ୍ ଅତିଉଲ୍ଲା ଭାରତର ନାଗରିକ ଭାବେ ପ୍ରତିବର୍ଷ ଭଳି ଗତ ୧୫ ତାରିଖରେ ପରିବାର ସହ ନିଜ ଘରେ ଜାତୀୟ ପତାକା ଉଡ଼ାଇଥିଲେ। ଏମିତିକି ସଂଧ୍ୟାରେ ସମ୍ମାନ ପୂର୍ବକ ଏହାକୁ ଅବତରଣ ବି କରିଥିଲେ। ମାତ୍ର ରାତିରେ କିଛି ମୌଳବାଦୀ ତଥା ମୌଳବାଦୀ ଚିନ୍ତାଧାରାର ଅସାମାଜିକ ବ୍ୟକ୍ତି ତାଙ୍କ ଘର ଆଗରେ ଛିଡ଼ାହୋଇ ଗାଳିଗୁଲଜ କରିବା ସହିତ ତାଙ୍କ ଘର ଉପରକୁ ଢେଲାପଥର ମାଡ଼ କରିଥିବା ସେ ପ୍ରକାଶ କରିଛନ୍ତି। ଏହାକୁ ନେଇ ସେ ଭୟଭୀତ ଥିବା ବେଳେ ପରିବାରର ସୁରକ୍ଷାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ତେବେ ଏ ସମ୍ପର୍କରେ ସେ ଟାଉନଥାନାରେ ଏକ ଏତଲା ଦାୟର କରିଥିଲେ ବି ପରିବାରର ସୁରକ୍ଷା ଚିନ୍ତା ବଢ଼ିଛି ବୋଲି ସେ କହିଛନ୍ତି। ଏନେଇ ଉଚିତ ପଦକ୍ଷେପ ନେବା ପାଇଁ ସେ ଜିଲ୍ଲା ପୁଲିସ ଓ ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି। ଏଭଳି ସ୍ପର୍ଶକାତର ଘଟଣାରେ ତାଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.