Home Coronavirus Outbreak ନୂଆ ୧୦୪ ଆକ୍ରାନ୍ତ ଚିହ୍ନଟ : ପରୀକ୍ଷଣ ସଂଖ୍ୟା ବଢିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି –...

ନୂଆ ୧୦୪ ଆକ୍ରାନ୍ତ ଚିହ୍ନଟ : ପରୀକ୍ଷଣ ସଂଖ୍ୟା ବଢିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି – ଜିଲ୍ଲାପାଳ

84

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ପୁଣି ଚିହ୍ନଟ ହୋଇଛନ୍ତି ୧୦୪ ନୂଆ ଆକ୍ରାନ୍ତ। ଯାହା ଫଳରେ ଜିଲ୍ଳାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୧୪ ହୋଇଛି। ସେମାନଙ୍କ ମଧ୍ୟରୁ ୬୩୬ଜଣ ସୁସ୍ଥ ହୋଇଥିବା ବେଳେ ୬୭୩ଜଣ ଚିକିତ୍ସାଧିନ ଅଛନ୍ତି। ଏ ପର୍ଯ୍ୟନ୍ତ ମୋଟ ୩୨ ହଜାର ୮୧୫ ଜଣଙ୍କ ସାମ୍ପୁଲ ଟେଷ୍ଟ ହୋଇଛି। ଚିହ୍ନଟ ୧୦୪ଜଣଙ୍କ ମଧ୍ୟରୁ ବାସୁଦେବପୁର ବ୍ଲକର ୩ଜଣ, ବାସୁଦେବପୁର ପୌରପାଳିକାର ଜଣେ, ଭଦ୍ରକ ବ୍ଲକର ୨୨ଜଣ, ଭଦ୍ରକ ପୌରପାଳିକାର ୨୦ଜଣ, ବନ୍ତ ବ୍ଲକର ୧୪ଜଣ, ଚାନ୍ଦବାଲି ବ୍ଲକର ୪ଜଣ, ଧାମନଗର ବ୍ଲକର ୨୨ଜଣ, ଧାମନଗର ଏନ୍‌ଏସିର ୧୨ଜଣ, ତିହିଡିର ୩ଜଣ, ଭଣ୍ଡାରିପୋଖରୀ ବ୍ଲକର ୨ଜଣ ଏବଂ ଅନ୍ୟ ଜିଲ୍ଲାରୁ ଜଣେ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକ ବ୍ଲକ ସାମରାଇପୁରର ଜଣେ ଭୁବନେଶ୍ୱରର କିମ୍‌ସ ହସ୍‌ପିଟାଲରୁ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ପୌରପାଳିକା ୧୩ ନଂ ୱାର୍ଡ ଅପର୍ତ୍ତିବିନ୍ଧାର ଜଣେ ଅଶ୍ୱିନୀ ହସ୍‌ପିଟାଲରୁ ଚିହ୍ନଟ ହୋଇଛନ୍ତି। ଭଦ୍ରକ ବ୍ଲକର ଜଗଦଳପୁର ତଗିରା ଗ୍ରାମରୁ ୮ଜଣ, କେଦାରପୁର ବାଲିବିଲ ଗ୍ରାମରୁ ଜଣେ, ଜିତାନଗା ଗ୍ରାମରୁ ୨ଜଣ, ବିଲାବାଡି ଗ୍ରାମରୁ ୩ଜଣ, ରହଣିଆ ଗ୍ରାମରୁ ଜଣେ, ଜଗଦଳପୁର ଗ୍ରାମରୁ ୨ଜଣ, ଦୈସିଂ ଗ୍ରାମରୁ ଜଣେ, କୋରକୋରା ଗ୍ରାମରୁ ୩ଜଣ, ଭଦ୍ରକ ପୌରପାଳିକା ୯ ନଂ ୱାର୍ଡରୁ ୮ଜଣ, ୨୦ ନଂ ୱାର୍ଡ ପାଟଣାସାହିରୁ ୩ଜଣ, ୧୭ ନଂ ୱାର୍ଡରୁ ଜଣେ, ୨୦ ନଂ ୱାର୍ଡ ଶଙ୍କରପୁର ଗ୍ରାମରୁ ଜଣେ, ୭ନଂ ୱାର୍ଡ ଗବସାହିରୁ ଜଣେ, ୬ ନଂ ୱାର୍ଡ ଗୋପବନ୍ଧୁନଗର ଗ୍ରାମରୁ ୨ଜଣ, ୧୩ ନଂ ୱାର୍ଡ ଅପର୍ତ୍ତିବିନ୍ଧା ଗ୍ରାମରୁ ଜଣେ, ୧୨ନଂ ୱାର୍ଡ ହଜାରିନଗର ଗ୍ରାମରୁ ଜଣେ, ୧୦ ନଂ ୱାର୍ଡ ବନ୍ତଛକରୁ ଜଣେ, ବନ୍ତ ବ୍ଲକ କଣ୍ଟିଆ ଗ୍ରାମରୁ ୪ଜଣ, ଅଣ୍ଢିଆ ଗ୍ରାମରୁ ୨ଜଣ, ଆଡିଆ ଗ୍ରାମରୁ ୩ଜଣ, ଧାମନଗର ବ୍ଲକ ଧୁଷୁରୀ ଗ୍ରାମରୁ ୮, ଅସୁରାଳିରୁ ୫ଜଣ, ଖରାସାହି ଗ୍ରାମରୁ ୩ଜଣ, ଗଢିଆଳି ଗ୍ରାମରୁ ଜଣେ, ଖପରପଦା ଗ୍ରାମରୁ ୨ଜଣ, ମଦନନଗର ଗ୍ରାମରୁ ୨ଜଣ, ବମକୁରା ଗ୍ରାମରୁ ଜଣେ, ଧାମନଗର ଏନ୍‌ଏସିର ତାଳପଦା ଗ୍ରାମରୁ ୧୦ଜଣ, ଜୟନଗର ବଣିଆସାହିରୁ ଜଣେ, ଶ୍ୟାମପୁର ଗ୍ରାମରୁ ଜଣେ, ବାସୁଦେବପୁର ବ୍ଲକର ସୁଗୋ ଗ୍ରାମରୁ ଜଣେ, ପଢୁାଁ ଗ୍ରାମରୁ ଜଣେ, ଲକ୍ଷ୍ମୀଦାସପୁର ଗ୍ରାମରୁ ଜଣେ, ବାସୁଦେବପୁର ପୌରପାଳିକାର ଉଚ୍ଚହିହା ଗ୍ରାମରୁ ଜଣେ, ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ଥଇଳା ଗ୍ରାମରୁ ଜଣେ, ନାଆମୀ ଚୁଆଗଡିଆ ଗ୍ରାମରୁ ଜଣେ, ଅର୍ଜୁନପୁର ଗ୍ରାମରୁ ଜଣେ, ବଡସନ୍ଦାଡ ଗ୍ରାମରୁ ଜଣେ, ରାଉତରାପୁର ଗ୍ରାମରୁ ଜଣେ, ଟିକିରିଆ ଗ୍ରାମରୁ ଜଣେ, ମହାନ୍ତିପଡା ତ୍ରିଶଲ୍ୟ ଗ୍ରାମରୁ ଜଣେ, ଚାନ୍ଦବାଲି ବ୍ଲକ ଘଟପୁର ଗ୍ରାମରୁ ଜଣେ, ବଡଓସ୍ତିଆ ଗ୍ରାମରୁ ଜଣେ, ସାଆନ୍ତ ଗ୍ରାମରୁ ଜଣେ, ବାଲିପାଟଣା ଗ୍ରାମରୁ ଜଣେ, ତିହିଡି ବାରୋ ଗ୍ରାମରୁ ୨ଜଣ, ନୂଆଶାସନ ଗ୍ରାମରୁ ଜଣେ ଏବଂ ଜଣେ କଟକ ଜିଲ୍ଲା ନଖରା ଅଞ୍ଚର ବ୍ୟକ୍ତି ଭଦ୍ରକରୁ ଚିହ୍ନଟ ହୋଇଛନ୍ତି। ତେବେ ଦୃତ ସଂକ୍ରମଣ କିମ୍ବା ଅଧିକ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଥିବା ନେଇ ଜିଲ୍ଲାପାଳ ଡ- ଜ୍ଞାନ ଦାସ କହିଛନ୍ତି ଯେ ଏଥିରେ ଚିନ୍ତା କଲାଭଳି କୌଣସି କଥା ନାହିଁ। ପୂର୍ବରୁ ଅଳ୍ପ ସଂଖ୍ୟାରେ ସାମ୍ପୁଲ ଟେଷ୍ଟ ହେଉଥିଲା, ତେଣୁ ଅଳ୍ପ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ଏବେ ପ୍ରତିଦିନ ୭ଶହରୁ ଉର୍ଦ୍ଧ୍ୱ ସାମ୍ପୁଲ ଟେଷ୍ଟ ହେଉଛି। ସେଥିଲାଗି ଆକ୍ରାନ୍ତଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ଏବେ ପ୍ରତ୍ୟେକ ସିଏଚସି ତଥା କ୍ୟାମ୍ପ ମାଧ୍ୟମରେ ସାମ୍ପୁଲ ଟେଷ୍ଟ ହେଉଛି। ଲକ୍ଷଣ ଥାଉ କି ନଥାଉ କିମ୍ବା କେହି ନିଜ ଆଡୁ ପରୀକ୍ଷା କରାଇବାକୁ ଚାହୁଁଥିଲେ ସେମାନଙ୍କ ସାମ୍ପୁଲ ମଧ୍ୟ ପରୀକ୍ଷା କରାଯାଉଛି। ତେବେ ସବୁଠାରୁ ବେଶୀ ଚିନ୍ତାର ବିଷୟ ହେଉଛି ଯୁବଗୋଷ୍ଠୀଙ୍କ ପାଇଁ। ବୟସ୍କ, ଗର୍ଭବତୀ ମହିଳା କିମ୍ବା ଛୋଟ ପିଲା ଘରୁ ବାହାରକୁ ବାହାରୁ ନ ଥିବା ବେଳେ ଯୁବଗୋଷ୍ଠି ଅଧିକରୁ ଅଧିକ ବାହାରେ ବୁଲାବୁଲି କରୁଥିବାରୁ ବେଶୀ ଅଧିକ ଆକ୍ରାନ୍ତ ଯୁବଗୋଷ୍ଠୀ ମଧ୍ୟରେ ଅଛନ୍ତି। ତେଣୁ ଆବଶ୍ୟକ ନଥିଲେ କେହି ଘରୁ ନ ବାହାରିବାକୁ ଜିଲ୍ଳାପାଳ ଡ- ଦାସ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.