Home Top News ସ୍ୱାଧୀନତାର ୭୫ ବର୍ଷ ଅବସରରେ ଅମୃତ ମହୋତ୍ସବ ପାଳନ : ଯୁବ ସଂକଳ୍ପ ଯାତ୍ରାରେ ସାମିଲ...

ସ୍ୱାଧୀନତାର ୭୫ ବର୍ଷ ଅବସରରେ ଅମୃତ ମହୋତ୍ସବ ପାଳନ : ଯୁବ ସଂକଳ୍ପ ଯାତ୍ରାରେ ସାମିଲ ହେବା ପାଇଁ ଆହ୍ୱାନ ଜଣାଇଲେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ୍ ଆଚାର୍ଯ୍ୟ

65

– ‘ମେରା ମାନ୍‌, ମେରା ରାଷ୍ଟ୍ର ଗାନ୍‌’ ଅଭିଯାନରେ ସାମିଲ ହେବା ପାଇଁ ଯୁବବର୍ଗଙ୍କୁ ନିବେଦନ
– ଅମୃତ ମହୋତ୍ସବକୁ ସ୍ମରଣୀୟ କରିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ଓ ମଣ୍ଡଳରେ ମାରାଥନ ଦୈାଡ, ସାଇକେଲ ରାଲି, ପଦଯାତ୍ରା, ବୃକ୍ଷରୋପଣ ଓ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ କରିବେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାମାନେ

ଭୁବନେଶ୍ୱର, ତା.୧୩/୦୮ (ଓଡ଼ିଆ ପୁଅ) : ଭାରତବର୍ଷର ସ୍ୱାଧୀନତା ପାଇଁ ବହୁ ମହାପୁରୁଷ ଏବଂ ଆମ ପୂର୍ବଜମାନେ ସଦବାଧୀନତା ସଂଗ୍ରାମରେ ସାମିଲ ହେବା ସହ ଶହୀଦ ହୋଇଛନ୍ତି। ଆଜିକୁ ୭୫ ବର୍ଷ ପୂର୍ବେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ଦେଶ ସ୍ୱାଧୀନତା ହାସଲ କରିଥିଲା। ଏହି ମୂହୁର୍ତକୁ ସ୍ମରଣୀୟ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ କେନ୍ଦ୍ର ଚଳିତ ବର୍ଷକୁ ଦେଶବ୍ୟାପୀ ଅମୃତ ମହୋତ୍ସବ ଭାବେ ପାଳନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି।

ଅମୃତ ମହୋତ୍ସବ ପାଳନ ଅବସରରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ଆରମ୍ଭ ହୋଇଥିବା ‘ମେରା ମାନ୍‌, ରାଷ୍ଟ୍ର ଗାନ୍‌’ ଅଭିଯାନରେ ସାମିଲ ହେବା ପାଇଁ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାସିସ୍ ଆଚାର୍ଯ୍ୟ ଓଡିଶାର ସମସ୍ତ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ସଭାପତି ତେଜସ୍ୱୀ ସୂର୍ଯ୍ୟାଙ୍କ ନିର୍ଦ୍ଦେଶ କ୍ରମେ ଓଡିଶାରେ ମଧ୍ୟ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଯୁବକମାନଙ୍କ ଦ୍ୱାରା ‘ନୂଆ ଓଡିଶା, ନୂଆ ଭାରତ’ ସମ୍ଭାବନା ନେଇ ବିଶେଷ କାର୍ଯ୍ୟକ୍ରମ ହେବ। ରାଜ୍ୟରେ ୧୦୦୪ ମଣ୍ଡଳରେ ଅଗଷ୍ଟ ୧୫ ତାରିଖ ଦିନ ସକାଳ ସମୟରେ ରାଷ୍ଟ୍ରୀୟ ଗାନ କରାଯିବ। ୩୬ଟି ସାଙ୍ଗଠନିକ ଜିଲ୍ଲାରେ ମାରାଥନ କିମ୍ବା ସାଇକେଲ ରାଲି କିମ୍ବା ପଦଯାତ୍ରା ଅନୁଷ୍ଠିତ ହେବ। ଏଥି ସହ ରାଜ୍ୟବ୍ୟାପୀ ସ୍ୱଚ୍ଛ ଭାରତ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବ। ଯୁବ ସଂକଳ୍ପ ଯାତ୍ରାରେ ସାମିଲ ହେବା ପାଇଁ ଆହ୍ୱାନ ଜଣାଇଲେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ୍ ଆଚାର୍ଯ୍ୟ ବୋଲି ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଅର୍ପିତା ଅପରାଜିତା ବଡଜେନା, ରାଜ୍ୟ ଉପସଭାପତି ବିଶ୍ୱଜିତ ଷଡଙ୍ଗୀ, ରାଜ୍ୟ ସାଧାରଣ ସମ୍ପାଦକ ଦୀପକ ଗୋଚ୍ଛାୟତ, ରାଜ୍ୟ ସଂପାଦକ ପ୍ରିତେଶ ବୋହିଦାର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ‘ଯୁବ ସଂକଳ୍ପ ଯାତ୍ରା’ ନାମରେ ଏକ ଟି-ସାର୍ଟ ଉନ୍ମୋଚିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.