Home ଜିଲ୍ଲା ପରିକ୍ରମା ସ୍ୱାଧିନତା ସଂଗ୍ରାମୀ ବୈକୁଣ୍ଠ ମହାପାତ୍ରଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ସ୍ୱାଧିନତା ସଂଗ୍ରାମୀ ବୈକୁଣ୍ଠ ମହାପାତ୍ରଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

18

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଅଞ୍ଚଳର ସ୍ୱାଧିନତା ସଂଗ୍ରାମୀ ବୈକୁଣ୍ଠ ମହାପାତ୍ର(୯୯)ଙ୍କ ବିୟୋଗରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ବୈକୁଣ୍ଠ ମହାପାତ୍ରଙ୍କ ବିୟୋଗ ଶୁଣି ଦୁଃଖିତ ବୋଲି ପ୍ରକାଶ କରିବା ସହ ସ୍ଥାନୀୟ ଅଞ୍ଚଳ ପାଇଁ ତାଙ୍କର ତ୍ୟାଗ ଓ ସଂଘର୍ଷ ଚୀରସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି । ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ, ଜିଲ୍ଲା ସମ୍ପାଦିକା ତପସ୍ୱିନୀ ମହାପାତ୍ର, ଭଣ୍ଡାରିପୋଖରୀ ମଣ୍ଡଳ ସଭାପତି ଗିରିଶ ସାମଲ, ଯୁବମୋର୍ଚ୍ଚ ସଭାପତି ପ୍ରତାପ ଦ୍ୱିବେଦୀ ସ୍ୱର୍ଗତ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.