Home ଜିଲ୍ଲା ପରିକ୍ରମା ସ୍ୱାଧିନତା ସଂଗ୍ରାମୀ ଚିନ୍ତାମଣି ନାୟକଙ୍କ ୫ମ ଶ୍ରାଦ୍ଧୋତ୍ସବ

ସ୍ୱାଧିନତା ସଂଗ୍ରାମୀ ଚିନ୍ତାମଣି ନାୟକଙ୍କ ୫ମ ଶ୍ରାଦ୍ଧୋତ୍ସବ

20

ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ)ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳର ଅନ୍ୟତମ ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତ ଚିନ୍ତାମଣି ନାୟକଙ୍କ ପଞ୍ଚମ ବାର୍ଷିକ ଶ୍ରାଦ୍ଧୋତ୍ସବ ରାଜ୍ୟ ପୁରସ୍କୃତ ନାଟ୍ୟକାର ସୁଧାକର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସରସଦାରେ ରାହାସ ପୂର୍ଣ୍ଣିମା ତିଥିରେ ଅନୁଷ୍ଠିତ ଶ୍ରାଦ୍ଧୋତ୍ସବରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପିତାମ୍ବର ନାୟକ, କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ସମାଜସେବୀ ଗୋଲକ ଚନ୍ଦ୍ର ବେହେରା, ସୁବ୍ରତ ଦାସ, ରଜନୀକାନ୍ତ ଚନ୍ଦ, ପଞ୍ଚାନନ ରାଉତ, ଅକ୍ଷୟ ସାହୁ, ରତ୍ନକାର ଦାସ, ପ୍ରଫୁଲ୍ଲ ବାରିକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସଂଗ୍ରାମୀଙ୍କ ତ୍ୟାଗପୂତ ଜୀବନାଦର୍ଶ, ସମାଜସେବା ଓ କାର୍ଯ୍ୟାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ। ପରିବାର ପକ୍ଷରୁ ପୁତ୍ର ପ୍ରକାଶ, ପ୍ରଦୋଷ ଓ ନାତି ସୁଧାଂଶୁ କୃତଜ୍ଞତାଜ୍ଞାପନ କରିବା ସହ ଉତ୍ସବ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.