Home ଜିଲ୍ଲା ପରିକ୍ରମା ସ୍ୱାଧିନତା ସଂଗ୍ରାମକୁ ଶାରଦା ପ୍ରସାଦଙ୍କ ଦାନ ଅତୁଳନୀୟ – ଗୁଲମକୀ

ସ୍ୱାଧିନତା ସଂଗ୍ରାମକୁ ଶାରଦା ପ୍ରସାଦଙ୍କ ଦାନ ଅତୁଳନୀୟ – ଗୁଲମକୀ

50

ଭଦ୍ରକ, ୨-୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୯୪୨ ମସିହାରେ ଘଟିଥିବା ଭାରତ ଛାଡ ଆନ୍ଦୋଳନର ଇତିହାସ ବାସ୍ତବରେ ଅବିସ୍ମରଣୀୟ, ସ୍ୱାଧିନତା ସଂଗ୍ରାମକୁ ଓଡିଶାର ଦାନ ସ୍ୱତନ୍ତ୍ର ସେଥିରୁ ଭଦ୍ରକ ମାଟି ସଂଗ୍ରାମୀର ମାଟି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଏହାର ଅଭୂଲା ସ୍ମୃତି ରକ୍ତ କ୍ଷେତ୍ର ଇରମ, ସହୀଦ କ୍ଷେତ୍ର ଲୁଣିଆ, ଭଣ୍ଡାରିପୋଖରୀ ଥାନା ଭାରତ ଇତିହାସକୁ ସ୍ମରଣ କରି ରଖିବ, ସେତେବେଳେ ଭାରତକୁ ସ୍ୱାଧିନ କରିବା ପାଇଁ ଭଦ୍ରକକୁ ଶହଶହ ସଂଗ୍ରାମୀ ପୋଲିସ୍ ମାଡରେ ଆହତ ହେବାସହିତ ୭୮ଜଣ ଇହଲୀଳା ସମ୍ବରଣ କରିଥିଲେ, ଆହତ ମାନଙ୍କ ମଧ୍ୟରୁ ସ୍ୱାଧିନତା ସଂଗ୍ରାମକୁ ଶାରଦା ପ୍ରସାଦଙ୍କ ଦାନ ଅତୁଳନୀୟ ବୋଲି ଆଜିର ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥିଭାବରେ ଯୋଗଦେଇ ଭଦ୍ରକ ପୌରପାଳିକାର ଅଧ୍ୟକ୍ଷା ଗୁଲମୁଖୀ କହିଥିଲେ। ଶିକ୍ଷାବିତ୍ ପଣ୍ଡିତ ଦୈତାରୀ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭା ପ୍ରାରମ୍ଭରେ କଳ୍ପନା ଦେବୀ ଆବାସିକ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ଗୌରାଙ୍ଗ ସାର୍‌ଙ୍କ ନେତୃତ୍ୱରେ ଛାତ୍ରୀମାନଙ୍କ ଦ୍ୱାରା ନାମ କୀର୍ତ୍ତନ ଓ ରାମଧ୍ୱନ୍ ଅନୁଷ୍ଠିତ ହୋଇଥିଲା।

ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସ୍ୱାଧିନତା ସଂଗ୍ରାମୀ ଶାରଦାପ୍ରସାଦ ରାୟଙ୍କ ସୁପୁତ୍ର ଆଇନ୍‌ଜୀବୀ ମହେଶ ଚନ୍ଦ୍ର ରାୟ ବାପାଙ୍କ ଜୀବନାଦର୍ଶ ଏବଂ ମହାତ୍ମାଗାନ୍ଧୀଙ୍କ ଡାକରାରେ ଶାରଦା ପ୍ରସାଦ ରାୟ କିଭଳି ଭାବରେ ସ୍ୱାଧିନତା ସଂଗ୍ରାମରେ ଯୋଗଦେଇ ବାଲେଶ୍ୱର ଜେଲରେ ଦୁଇମାସ ଏବଂ ବିହାର ପାବନା ଜେଲ୍‌ରେ ୧୨ମାସ କାରାବରଣ କରିଥିଲେ। ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟତମ ଅତିଥି ଭାବେ ଅଧ୍ୟାପକ ନିହାର ଚନ୍ଦ୍ର କର, ନାଟ୍ୟଶ୍ରୀ ନିର୍ମଳଚନ୍ଦ୍ର ରାଉତ, ରଶ୍ମିତା ଦାସ, ସରତ ଚନ୍ଦ୍ର ଯେନା, ଡା. ରବିନ୍ଦ୍ର କୁମାର ଗିରି, ଅଧ୍ୟାପକ ରାମାନୁଜ ପତି, ଥାଉବ୍ ଖାଁ, ମହାବିଦ୍ୟାଳୟର ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ଯେନା, ଜଗନ୍ନାଥ ରାଉତ, ଜଗବଂଧୁ ଜେନା, ରାଜେନ୍ଦ୍ର ପ୍ରସାଦ ରାୟ, ବରିଷ୍ଠ ସାମ୍ବାଦିକ ଜ୍ଞାନପ୍ରକାଶ ପାଣି ପ୍ରମୁଖ ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱାଧିନତା ସଂଗ୍ରାମୀ ଶାରଦା ପ୍ରସାଦ ରାୟଙ୍କ କୃତିତ୍ୱ ଏବଂ ରକ୍ତତୀର୍ଥ ଇରମ୍‌ର ଗର୍ବ ଗୌରବ ବୋଲି ଭାବପୂର୍ଣ୍ଣ ବକ୍ତବ୍ୟ ଅର୍ପଣ କରିଥିଲେ, କଳ୍ପନା ଦେବୀ ଆବାଶିକ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକା ଅଭିଭାବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ଇଂରାଜୀ ବିଭାଗର ଅଧ୍ୟାପକ ଗୌରାଙ୍ଗ ପେରେଇ ଧନ୍ୟବାଦ ଅର୍ପଣ କରିବା ପରେ ସଭାସାଙ୍ଗ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.