Home ଜିଲ୍ଲା ପରିକ୍ରମା ସ୍ୱର୍ଗତ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ସ୍ୱର୍ଗତ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

22

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରାକ୍ତନ ଆସାମ ରାଜ୍ୟପାଳ, ବରିଷ୍ଠ ସାମ୍ବାଦିକ, ସାଂସ୍କୃତିକ ତଥା ମହାନ ଜନନାୟକ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ସୁବ୍ରତ ଦାସଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଶ୍ରଦ୍ଧାଞ୍ଜଳି ସଭାରେ ଶ୍ରୀ ଦାସ ଜାନକୀ ବାବୁ ଥିଲେ ସାହିତ୍ୟ, ସାମ୍ବାଦିକତା ଓ ରାଜନିତୀରେ ତ୍ରିବେଣୀ ସଂଗମ ବୋଲି କହିଥିଲେ। ଗୋଟିଏ ପଟେ ସାହିତ୍ୟ ଓ ସାମ୍ବାଦିକତା ଅନ୍ୟପଟେ ରାଜନୀତି, ପ୍ରତିଟି କ୍ଷତ୍ରରେ ସଫଳତାର ଶିଖର ଛୁଇଁ ପାରିଥିଲେ। ସେ ୭୦ ଦଶକର ଆରମ୍ଭରେ ରାଜନୀତିରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ। ୧୯୭୧ରେ ସାଂସଦ ଭାବେ ନିର୍ବାଚିତ ହେବାପରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଶ୍ରମ ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭାବେ ସ୍ଥାନ ପାଇବା ଥିଲା ତାଙ୍କ ରାଜନୀତିର ପ୍ରଥମ ସଫଳତାର ପାହାଚ। ୧୯୮୦ ସାଧାରଣ ନିର୍ବାଚନରେ କଂଗ୍ରେସକୁ ଯେଉଁ ସଫଳତା ଆଣିଦେଇଥିଲେ, ତାହା ଥିଲା ତାଙ୍କର ଚମତ୍କାରିତା। ତାଙ୍କ ସାଂଗଠନିକ ଦକ୍ଷତା ଥିଲା ପ୍ରଶଂସନୀୟ। ୧୯୮୦, ୮୫ ଓ ୧୯୯୫ ମସିହାରେ ତିନି ତିନି ଥର ମୁଖ୍ୟମନ୍ତ୍ରୀ ଓ ୨୦୦୪ରେ ପୁଣିଥରେ ବିଧାନସଭାକୁ ନିର୍ବାଚିତ ହୋଇ ବିରୋଧୀ ଦଳର ନେତା ଓ ୨୦୦୯ରୁ ୨୦୧୪ ଯାଏ ଆସାମ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ।

ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାରେ ଜାନକୀ ବାବୁଙ୍କ ଥିଲା ବଳିଷ୍ଠ ଯେଗଦାନ। ହଜାରେ ଦିନରେ ହଜାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଦେଇଥିବା ଆହ୍ୱାନ ଯୋଗୁଁ, ମଧ୍ୟମ ଓ କ୍ଷୁଦ୍ର ଶିଳ୍ପର ବିକାଶ ହୋଇଥିଲା। ଓଡିଶାର କେବଳ ଶିଳ୍ପ ନୁହେଁ, କୃଷି କ୍ଷେତ୍ରରେ ମଧ୍ୟ ସେ ବୈପ୍ଳବିକ ପରିବର୍ତ୍ତ ଆଣିଥିଲେ। ଓମ୍‌ଫେଡ୍‌, ଓପଲଫେଡ ପ୍ରତିଷ୍ଠା, ହେଟେଲକୁ ଶିଳ୍ପର ମାନ୍ୟତା, ଓଡ଼ିଶା ଚଳଚିତ୍ର ଉନ୍ନୟନ ସଂସ୍ଥା, କଳିଙ୍ଗ ଷ୍ଟାଡିୟମ ପ୍ରତିଷ୍ଠା, ଓଡିଶାକୁ ଶିଳ୍ପ ସମୃଦ୍ଧ ରାଜ୍ୟ କରିବାକୁ ତାଙ୍କ ଉଦ୍ୟମ ପ୍ରଶଂସନୀୟ। ଗରିବଙ୍କ କଲ୍ୟାଣ ପାଇଁ, ମରୁଡ଼ି ପ୍ରବଣ ଅଂଚଳରେ ୨ଟଙ୍କିଆ ଚାଉଳ ଯୋଗାଇବା ବ୍ୟବସ୍ଥା ଥିଲା ତାଙ୍କର ବଡ଼ ଅବଦାନ। ଜଣେ ଦୂରଦୃଷ୍ଟି ସମ୍ପନ୍ନ ଓ ବିଚକ୍ଷଣ ରାଜନେତା, ସମାଜ ସଂସ୍କାରକ ଭାବରେ ଯେତିକି ଜଣାଶୁଣା ଥିଲେ, ଜଣେ ସୁ ସହିତ୍ୟିକ ସାଂସ୍କୃତିକ ବିଶାରଦ ଭାବେ ଥିଲା ତାଙ୍କର ସେତିକି ଖାତିର। ରାଜ୍ୟର କଳା ସଂସ୍କୃତି ଠାରୁ ଆରମ୍ଭ କରି କ୍ରୀଡ଼ା କ୍ଷେତ୍ରରେ ବିକାଶ କରିବା ପର୍ଯ୍ୟନ୍ତ ସବୁଠି ଲମ୍ବିଛି ତାଙ୍କର ଅଭୂଲା ସ୍ୱାକ୍ଷର। ଅନ୍ୟମାନଙ୍କ ମଧ୍ୟରେ ନଗର କଂଗ୍ରେସ ସଭାପତି ଅବଦୁଲ ମୋକିତ ଖାଁ, ରବିନ୍ଦ୍ର ମହାପାତ୍ର, ପିତବାସ ଧଳ, ଜାହିଦ ଶାହା, ଅଶ୍ରଫ ଅଲ୍ଲୀ ଖାନ, ବିଜୟ ବାରିକ, ଶେଖ ଜଫିରୁଦ୍ଦିନ, ରେହେନା ବିବି, ଏକ୍ରାମ ମିର୍ଜା, ଉଜ୍ୱଳ କୁମାର ନାୟକ, ଇମତିଆଜ ଖାନ, ଶେଖ ଇମ୍ରାନ ଆଲାମ, ଜଗବନ୍ଧୁ ପଣ୍ଡା, ରଂଜନ ଜେନା, ବାପୁଜି ପରିଡ଼ା, ହେମନ୍ତ ମହାପାତ୍ର, ସେଖ ଇସ୍ତାକ ହୋସେନ, ସଂଗ୍ରାମ ସାହୁ, ମୀର ଜଲାଲଉଦ୍ଦିନ, ସୁଶାନ୍ତ ଦାସ, ଟନି ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.