Home ଜିଲ୍ଲା ପରିକ୍ରମା ଧାମରା କର୍ମଚାରୀ ହେବେ ଇଏସ୍‌ଆଇ ପରିଧିଭୁକ୍ତ, ସ୍ୱାଗତ କଲା ବିଏମ୍‌ଏସ୍‌

ଧାମରା କର୍ମଚାରୀ ହେବେ ଇଏସ୍‌ଆଇ ପରିଧିଭୁକ୍ତ, ସ୍ୱାଗତ କଲା ବିଏମ୍‌ଏସ୍‌

38

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ପକ୍ଷରୁ ଧାମରା ବନ୍ଦରରେ କାର୍ଯ୍ୟ କରୁଥିବା କର୍ମଚାରୀ, ଶ୍ରମିକମାନଙ୍କୁ ଇ.ଏସ.ଆଇ ଅନ୍ତର୍ଭୁକ୍ତ କରାଯିବା ନେଇ ହୋଇ ଆସୁଥିବା ବାରମ୍ବାର ଦାବିକୁ ରାଜ୍ୟ ସରକାର ବିଚାରକୁ ନେଇ ତୁରନ୍ତ ଏହା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରତ୍ୟହ ୨ଜଣ ଡାକ୍ତର କର୍ମଚାରୀ ଏବଂ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ ବୋଲି ଶ୍ରମ ବିଭାଗର ଚିଠି ସଂଖ୍ୟା – ୩୧୦୮, ୧୮.୪.୨୦୨୨ ଯୋଗେ ଅବଗତ କରାଯାଇଛି। ଯାହାକୁ ଭାରତୀୟ ମଜଦୁର ସଂଘ ଭଦ୍ରକ ଜିଲ୍ଲା ପକ୍ଷରୁ ସ୍ୱାଗତ କରାଯିବା ସହିତ ରାଜ୍ୟ ସରକାରଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି। ଏ ନେଇ ବିଏମ୍‌ଏସ୍ ଜିଲ୍ଲା ସଭାପତି ମନୋଜ ବସନ୍ତରାୟ, ସମ୍ପାଦକ ପରେଶ ନାଥ ଧଳ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.