Home କେନ୍ଦ୍ରାପଡ଼ା ସ୍ୱରୂପ ରାଉତରାୟ ହେଲେ ଜିଲ୍ଲା ଛାତ୍ର ବିଜେଡି ଉପସଭାପତି

ସ୍ୱରୂପ ରାଉତରାୟ ହେଲେ ଜିଲ୍ଲା ଛାତ୍ର ବିଜେଡି ଉପସଭାପତି

119

କେନ୍ଦ୍ରାପଡା, ୧/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଯୁବନେତା ସ୍ୱରୁପ ରାଉତରାୟଙ୍କୁ କେନ୍ଦ୍ରାପଡା ଜିଲ୍ଲା ଛାତ୍ର ବିଜେଡିର ଉପସଭାପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଜଣେ ଦକ୍ଷ ଛାତ୍ର ସଂଗଠକ ଭାବେ ସାଧାରଣରେ ପରିଚିତ ସ୍ୱରୁପଙ୍କୁ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀରଞ୍ଜନ ତ୍ରିପାଠୀ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। କଲେଜ ଜୀବନରୁ ବିଜେଡି ଛାତ୍ର ସଂଗଠନ ସହ କାର୍ଯ୍ୟ କରିଆସୁଥିବା ଶ୍ରୀ ରାଉତରାୟ ଛାତ୍ରମାନଙ୍କୁ ସଂଗଠିତ କରି ଦଳର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛନ୍ତି। ଏହି ନିଯୁକ୍ତି ପାଇଁ ଶ୍ରୀ ରାଉତରାୟ ସାଂସଦ ଅନୁଭବ ମହାନ୍ତି, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ମହାକାଳପଡା ବିଧାୟକ ଅତନୁସବ୍ୟସାଚି ନାୟକ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପାଟକୁରା ବିଧାୟୀକା ସାବିତ୍ରୀ ଅଗ୍ରୱାଲ ଓ ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ନିଯୁକ୍ତି ପରେ ଶ୍ରୀ ରାଉତରାୟଙ୍କୁ ବିଭିନ୍ନ ମହଲରୁ ସ୍ୱାଗତର ସୁଅ ଛୁଟିବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.