Home କେନ୍ଦ୍ରାପଡ଼ା ଓଡିଶା ରାଜସ୍ୱ ଅମଲା ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖାର ମୁଖପତ୍ର ଉନ୍ମୋଚନ

ଓଡିଶା ରାଜସ୍ୱ ଅମଲା ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖାର ମୁଖପତ୍ର ଉନ୍ମୋଚନ

19

କେନ୍ଦ୍ରାପଡା, ୧/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଓଡିଶା ରାଜସ୍ୱ ଅମଲା ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ନୂତନବର୍ଷ ୨୦୨୧ ପରିପ୍ରେକ୍ଷୀରେ ସଙ୍ଘର ଏକ ମୁଖପତ୍ର ଜିଲ୍ଲାପାଳ ସମର୍ଥ ବର୍ମାଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି। ଏହି ଉପଲକ୍ଷେ ରାଜସ୍ୱ ଅମଲା ସଙ୍ଘ ଜିଲ୍ଲା ଶାଖାର ସଭାପତି ଦୀନବନ୍ଧୁ ରଥ, ସମ୍ପାଦକ ରମେଶ ଚନ୍ଦ୍ର ପାଣି, କାର୍ଯ୍ୟକାରୀ ସଭାପତି ମନୋଜ କୁମାର ବେହେରାଙ୍କ ସମେତ ଜିଲ୍ଲାର ରାଜସ୍ୱ ଅମଲାମାନେ ଉପସ୍ଥିତ ଥିଲେ। ରାଜସ୍ୱ ଅମଲା ସଙ୍ଘକୁ ଅଧିକରୁ ଅଧିକ ସୁଦୃଢ କରିବା ଓ ଲୋକାଭିମୁଖୀ ଶାସନରେ ନିଜକୁ ପୂର୍ଣ୍ଣପ୍ରାଣରେ ନିୟୋଜିତ କରି ସରକାରୀ କାର୍ଯ୍ୟ ସମ୍ପାଦନ କରିବା ପାଇଁ ରାଜସ୍ୱ ଅମଲା ସଙ୍ଘ ଜିଲ୍ଲା ଶାଖା ପକ୍ଷରୁ ରାଜସ୍ୱ ଅମଲାମାନଙ୍କୁ ଏହି ପରିପ୍ରେକ୍ଷୀରେ ଆହ୍ୱାନ ଦେଇଥିବା ସଙ୍ଗର ସଭାପତି ଶ୍ରୀ ରଥ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.