Home ଜିଲ୍ଲା ପରିକ୍ରମା ସ୍ୱରାଜବାର୍ତ୍ତା ର ୧୩ତମ ସ୍ୱନକ୍ଷତ୍ର ଉତ୍ସବ

ସ୍ୱରାଜବାର୍ତ୍ତା ର ୧୩ତମ ସ୍ୱନକ୍ଷତ୍ର ଉତ୍ସବ

21

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରୁ ପ୍ରକାଶିତ ସମ୍ବାଦପତ୍ର ସ୍ୱରାଜବାର୍ତ୍ତା ର ସ୍ୱନକ୍ଷତ୍ର ଉତ୍ସବ ସ୍ଥାନୀୟ ସଂସ୍କୃତିଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ସଂପାଦକ ରବି ନାରାୟଣ ଖିଲାରଙ୍କ ସଂଯୋଜନାରେ ମୁଖ୍ୟଅତିଥିଭାବେ ଭଦ୍ରକ ଜିଲ୍ଲା ଆରକ୍ଷି ଅଧିକ୍ଷକ ଯତିନ କୁମାର ପଣ୍ଡା ଯୋଗଦେଇ ଉତ୍ସବଟିକୁ ଆନୁଷ୍ଠାନିକ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଶିକ୍ଷକ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ଙ୍କ ସଭାପତିତ୍ୱରେ ପ୍ରଧାନଶିକ୍ଷୟତ୍ରୀ ଜାନକୀ ପାଢୀ,ଶିକ୍ଷୟତ୍ରୀ ମନୋରମା ରାୟ,କବୟତ୍ରୀ ଚୈତାଳି ଖିଲାର,କବି ରମେଶ ଚନ୍ଦ୍ର ସ୍ୱାଇଁ,ନାଟ୍ୟଶ୍ରୀ ନିର୍ମଳ ଚନ୍ଦ୍ର ରାଉତ,ପଣ୍ଡିତ ଦୟାନିଧି ମିଶ୍ର ,ପ୍ରାକ୍ତନ ଅଧ୍ୟକ୍ଷ ଅବନି ପ୍ରଧାନ,କବି ରମେଶ ଦାସ,ଗୌରାଙ୍ଗ ବାରିକ,କବୟତ୍ରୀ ସୁଜାତା ସାହୁ,ପ୍ରମୁଖଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ପ୍ରାୟ ୫୦ରୁ କବି ତାଙ୍କ ସ୍ୱଚରିତ କବିତା ପାଠ କରିଥେôôଲା । ପରେ ଅନୁଷ୍ଠିତ ପାଠକ ସମାବେଶରେ ଇଂ ଅଭୟ ସୂତାର ଙ୍କ ସଭାପତିତ୍ୱରେ ମୁଖ୍ୟବକ୍ତାଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ,ବିଶିଷ୍ଟ ଅତିଥିଭାବେ ଅଧ୍ୟାପକ ନିହାର ରଂଜନ କର,ବରେଣ୍ୟ ଅତିଥିଭାବେ ଓଡିଶା ତେଜସ୍ୱିନୀର ସଭାନେତ୍ରୀ କଳ୍ପନା ଜେନା ପ୍ରମୁଖ ଯୋଗଦେଇ ସ୍ୱରାଜବାର୍ତ୍ତା ନିୟମିତ ନିର୍ଭିକ ସମ୍ବାଦ ପରିବେଷଣ କରିବା ସହିତ ତଥ୍ୟଭିତ୍ତିକ ଖବର ପ୍ରକାଶିତ କରୁଛି । ଏଥିସହିତ କୈାଣସି ବିଜ୍ଞାପନକୁ ଦୃଷ୍ଟି ନଦେଇ ସରକାରଙ୍କ ଜନସଚେତନତା ଖବର ପ୍ରକାଶ କରବାର ଭୂମିକା ନିର୍ବାହ କରୁଛି । ଭଦ୍ରକରୁ ନିୟମିତ ପ୍ରକାଶିତ କରୁଥିବା ଖବରକାଗଜ ସ୍ୱତାଜବାର୍ତ୍ତାର ଭବିଷ୍ୟତ ର ଉତ୍ତୋରଉତ୍ତୋର କାମନା କରିଥିଲେ ଅତିଥିମାନେ । କଣ୍ଠଶିଳ୍ପୀ ଶୁିଭ୍ରସ୍ମିତା ରାଉତ ପ୍ରାରମ୍ଭିକ ସଂଗୀତ ଗାନ କରିଥିବାବେଳେ ରିଚିସ୍ମତା ପଣ୍ଡା,ପ୍ରିତିସ୍ମତା ସାହୁ ସ୍ୱାଗତ ନୃତ୍ୟ ପରିବେଷଣ କରଥିଲେ । ସମାଜଦେବୀ ତଥା ସଂଗଠକ ସଦାଶିବ ସାହୁ ଓ ଓଡିଶାର ବିଶିଷ୍ଟ ଚିତ୍ରଶିଳ୍ପୀ କିତିକ୍ରିଷ୍ମା ପଣ୍ଡା, ଙ୍କୁ ସମ୍ବର୍ନ୍ଧିତ କରାଯାଇଥିଲା । ସ୍ୱରାଜଟିଭିର ସାମ୍ବାଦିକ ସଂଜୀବ ନାୟକ ମଂଚ ଆମନ୍ଦତ୍ରଣ କରିଥିବାବେଳେ ଶେଷରେ ସାମ୍ବାଦିକ ସନ୍ତୋଷ ଦାସ ଧନ୍ୟବାଦ ଅର୍ଫଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.