Home ଓଡ଼ିଶା ସ୍ୱଚ୍ଛ ଭାରତ ଅଭିଯାନର ୩୧୪ତମ ସଫେଇ

ସ୍ୱଚ୍ଛ ଭାରତ ଅଭିଯାନର ୩୧୪ତମ ସଫେଇ

71

ବାହାନଗା,୧୨ା୧୦(ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଠାରେ ଥିବା ସ୍ୱଚ୍ଛ ଭାରତ ଅଭିଯାନର ୩୧୪ତମ ସାପ୍ତାହୀକ ସଫେଇ ଗୋପାଳପୁର ମହାବିଦ୍ୟାଳୟ ପରିସରରେ ହୋଇ ଯାଇଛି । ଗତ ସାପ୍ତାହୀକ ସଫେଇରେ ବର୍ଷା ଲାଗି ରହିବା ଯୋଗୁଁ ସଫେଇ ସମ୍ପୂର୍ଣ୍ଣ ହୋଇ ପରି ନଥିଲା । ତେବେ ଆବାହକ ସୁଦର୍ଶନ ମହାପାତ୍ରଙ୍କ ଆବାହନ କ୍ରମେ ଏଥିରେ ସଦସ୍ୟ ମାନେ ଯୋଗ ଦେଇ ବାକି ଥିବା ମହାବିଦ୍ୟାଳୟ ପରିସର ସଫେଇ କରିଥିବାର ଜଣାପଡ଼ିଛି । ସକାଳ ୬ ଘଟିକାରୁ ୮ଘଟିକା ପର‌୍ୟ୍ୟନ୍ତ ସଫେଇ ହୋଇ ଥିଲା । ଏଥିରେ ସ୍ଥାନୀୟ ସରପଞ୍ଚ ଯୋଗେଶ ଚନ୍ଦ୍ର ସେନାପତି ଅଧ୍ୟାପକ ବସନ୍ତ କୁମାର ପାଣିଗ୍ରାହୀ, ଅଧ୍ୟାପକ ରବୀନ୍ଦ୍ର କୁମାର ସାହୁ, ଅମର ପଲେଇ , ମହେଶ୍ୱର ସେନାପତି, ହରିଶ ଜେନା, କମଳାକାନ୍ତ ଦାସ, ଅଭିରାମ ସାହୁ, ଲାବଣ୍ୟ ମିଶ୍ର, ପ୍ରେମଲତା ମହାରଣା, କୁଞ୍ଜଲତା ଶିଅଳ, ତୁଳସୀ ମଣ୍ଡଳ, ବରେନ୍ଦ୍ର ସେଠୀ ବ୍ରମୁଖ ୪୩ଜଣ ସ୍ୱେଚ୍ଛାସେବୀ ଯୋଗ ଦେଇ ସଫେଇ କରିଥିଲେ । ସଫେଇ ଶେଷରେ ଅଧ୍ୟାପକ ରବୀନ୍ଦ୍ର କୁ. ସାହୁ ଧନ୍ୟବାଦ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.