Home ଓଡ଼ିଶା ସ୍ମୀତାରାଣି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଓ ଜିଲ୍ଲା ଏସପି, ମହିଳା କମିଶନର ଅଧ୍ୟକ୍ଷା ବହିଷ୍କାର ନହେବା...

ସ୍ମୀତାରାଣି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଓ ଜିଲ୍ଲା ଏସପି, ମହିଳା କମିଶନର ଅଧ୍ୟକ୍ଷା ବହିଷ୍କାର ନହେବା ପର୍ଯ୍ୟନ୍ତ ବିଜେପିର ବିଧାୟକ ମାନେ ପ୍ରତିବାଦ ଜାରି ରଖିବେ: ପ୍ରଦୀପ୍ତ ନାଏକ

88

ବିଜେପି ବିଧାୟକ ଦଳର ସାମ୍ବାଦିକ ସମ୍ମିଳନୀ
– ବିଧାନସଭାରେ କଳାପଟି ବାନ୍ଧି ପ୍ରତିବାଦ କରିଲେ ବିଜେପିର ବିଧାୟକମାନେ

ଭୁବନେଶ୍ୱର, ୧୫/୧୧ (ଓଡ଼ିଆ ପୁଅ) : ସ୍ମୀତାରାଣି ହତ୍ୟା ଓ ଦୁର୍ଷ୍କମକୁ ଏକ ଆତ୍ମହତ୍ୟାର ରୂପ ଦେବା ପାଇଁ ଚାଲିଥିବା ଷଡଯନ୍ତ୍ରକୁ ଗତ କାଲି ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ମୋହର ମାରିଲେ। ଯେଉଁ ଷଡଯନ୍ତ୍ରକୁ ରୁପେଶ ଭଦ୍ର ଓ ବିଜେଡିର କିଛି ନେତା ମାନେ ଆରମ୍ଭ କରିଥିଲେ, ଯାହାକୁ ଜିଲ୍ଲା ଏସପି, ମହିଳା କମିଶନ ଅଧ୍ୟକ୍ଷା ପରବର୍ତ୍ତୀ ସମୟରେ ଆହୁରି ଆଗକୁ ନେଲେ ତାକୁ ଆଜି ରାଜ୍ୟ ସରକାରଙ୍କର ମନ୍ତ୍ରୀ ସେଥିରେ ମୋହର ମାରିଲେ। ଗୋଟିଏ କର୍ମଜିବି ମହିଳାଙ୍କୁ ନ୍ୟାୟ ଦେବାରେ ଏ ସରକାର ସମ୍ପୃର୍ଣ୍ଣ ବିଫଳ ହେଲା। ରାଜ୍ୟ ସରକାର ତୁରନ୍ତ ଯାଜପୁର ଏସପିଙ୍କୁ ଓ ମହିଳା କମିଶନର ଅଧ୍ୟକ୍ଷାଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଉ। ଏହା ନହେବା ପର୍ଯ୍ୟନ୍ତ ବିଜେପିର ବିଧାୟକ ଦଳ ତାର ସଂଗ୍ରାମ ଜାରି ରଖିବ। ବିଧାନସଭାରେ ବିଜେପିର ବିଧାୟକମାନେ କଳାପଟି ବାନ୍ଧି ନିରବ ପ୍ରତିବାଦ କରିବେ ବୋଲି ବିଜେପି ବିଧାୟକ ଦଳର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିରୋଧି ଦଳ ନେତା ପ୍ରଦୀପ୍ତ ନାଏକ।

ଶ୍ରୀ ନାଏକ କହିଛନ୍ତି ଯେ, ମୃତ ସ୍ମୀତାରାଣିଙ୍କର ବାପା ଗତକାଲି ମନ୍ତ୍ରୀଙ୍କର ବୟାନ ପରେ ଯାହା କହିଲେ ତାହା ଅତ୍ୟନ୍ତ ଚିନ୍ତାଜନକ। ସେ କହିଛନ୍ତି ଯେ ସେ ଥାନାରେ ଏଫଆଇର ଦେବା ବେଳେ ଜଣେ ପୋଲିସ ଅଧିକାରି ତାଙ୍କୁ ଝିଅ ଆତ୍ମହତ୍ୟା କରିଛି ବୋଲି ଲେଖିବା ପାଇଁ ବାଧ୍ୟ କରିଥିଲେ। ସେହିପରି ପୋଷ୍ଟମର୍ଟମ ରିପୋର୍ଟରେ ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି କେବେ ବି ଲେଖାଯାଇ ନଥାଏ। ହେଲେ ନିଜେ ମନ୍ତ୍ରୀ ବିଧାନସଭାରେ ଏହାକୁ ଆତ୍ମହତ୍ୟା ବୋଲି କହିଲେ, ସେ ତାହା କେଉଁ ସୁତ୍ରରୁ ଜାଣିଲେ। ସ୍ମୀତାରାଣିଙ୍କୁ ତଂଟିଚିପି ହତ୍ୟା କରାଯାଇଛି, ଯାହା ପୋଷ୍ଟମର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧ ବୋଲି ବାହାରିଛି।

ଆମେ ଏହି ଘଟଣା ଉପରେ ଆଲୋଚନା ପାଇଁ ବିଧାନସଭାରେ ମୋସନ ଆଣିବା ପାଇଁ ଚାହିଁଥିଲୁ। ହେଲେ ବାଚସ୍ପତି ଆମର ଦାବିକୁ ଗ୍ରହଣ କଲେ ନାହିଁ। ସଂଖ୍ୟା ଦୃଷ୍ଟିରୁ ମୁଖ୍ୟ ବିରୋଧୀ ଦଳ ବିଜେପିର ମୋସନ ଉପରେ ଆଲୋଚନା ପାଇଁ ଗୃହକୁ ସୁଯୋଗ ଦେବା ସଂସଦିୟ ପରମ୍ପରା। ସ୍ୱାଭାବିକ ଭାବେ ବିଜେପିକୁ ବାଚସ୍ପତି ଗୃହରେ ପ୍ରସଙ୍ଗ ରଖିବା ପାଇଁ ଦେବା କଥା। ହେଲେ ବାଚସ୍ପତି ମହୋଦୟ କଂଗ୍ରେସ ଦଳକୁ ଏହି ବିଷୟରେ ମୁଲତବି ପ୍ରସ୍ତାବରେ ଆଲୋଚନା କରିବା ପାଇଁ ସୁଯୋଗ ଦେଲେ। ଥରେ ଯେନତେନ ପ୍ରକାର ଆଲୋଚନା କରି ଏହି ପ୍ରସଙ୍ଗର ଆଲୋଚନାକୁ ଶେଷ କରିବା ପାଇଁ ବାଚସ୍ପତି ଚାହୁଁଥିଲେ। ତେଣୁ ସେ ମୁଖ୍ୟ ବିରୋଧି ଦଳ ବିଜେପିକୁ ସୁଯୋଗ ନଦେଇ କଂଗ୍ରେସକୁ ଦେଲେ ବୋଲି ପ୍ରଦୀପ୍ତ କହିଛନ୍ତି।

ପ୍ରଦୀପ୍ତ କହିଛନ୍ତି ଯେ, ବାଚସ୍ପତି ଥରେ ବି ହେଲେ ପଚାରିଲେ ନାହିଁ ବିରୋଧିଦଳର ନେତା କଣ କହିବା ପାଇଁ ଚାହୁଁଛନ୍ତି। ଓଡିଶା ବିଧାନସଭା ଇତିହାସରେ ଏହା ପ୍ରଥମଥର ପାଇଁ ଘଟିଲା। ଆମେ ଚାହୁଁଥିଲୁ ମୋସନ ଆସିଥାନ୍ତା ଓ ସିବିଆଇ ତଦନ୍ତ ପାଇଁ ରୁଲିଙ୍ଗ ହୋଇଥାନ୍ତା। ହେଲେ ତାହା ନକରାଇ ଦେବା ପାଇଁ କଂଗ୍ରେସ-ବିଜେଡି ହାତ ମିଳାଇଲେ। ଶାସକ ଦଳ ଓ ସରକାରଙ୍କୁ ଆରାମରେ ମୁକୁଳାଇ ଦେଲା କଂଗ୍ରେସ। ବିଧାନସଭାରେ ବିଜେପି ତାର ଲଢେଇ ଜାରି ରଖିବ।

ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ ମୋହନ ମାଝୀଙ୍କ ସମେତ ସମସ୍ତ ବିଜେପି ବିଧାୟକ ଏବଂ ବିଧାୟିକା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.