Home ଓଡ଼ିଶା ସ୍ବାସ୍ଥ୍ୟ ବିଭାଗରେ ନିଯୁକ୍ତି ସୁଯୋଗ

ସ୍ବାସ୍ଥ୍ୟ ବିଭାଗରେ ନିଯୁକ୍ତି ସୁଯୋଗ

1303

ନୂଆଦିଲ୍ଲୀ,୦୨/୦୯,(ଓଡ଼ିଆ ପୁଅ ପି ନାଏକ):ସ୍ୱାସ୍ଥ୍ୟ ବିଭାଗରେ ଚାକିରି କରିବାକୁ ଇଚ୍ଛୁକ କି ? ତେବେ ଆପଣଙ୍କ ପାଇଁ ସୁଯୋଗ। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ, ମଧ୍ୟପ୍ରଦେଶରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଅଧିନରେ ପାଖାପାଖି ୭୬୦ ନର୍ସ ପଦବୀ ଖାଲି ରହିଛି। ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଥିବା ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଡିଆରଡିଓର ଅଫିସିଆଲ ୱେବସାଇଟକୁ ଯାଇ ଅଧିସୂଚନା ଡାଇନଲୋଡ କରି ଅଧିକ ବିବରଣୀ ଜାଣିପାରିବେ।

ପଦବୀ :
ଷ୍ଟାଫ ନର୍ସ : ୭୬୦ (ଦରମା : ୨୦,୨୦୦ ଟଙ୍କା)

ଆବେଦନ କରିବାର ତାରିଖ : ଏଥିରେ ଆବେଦନ କରିବାର ତାରିଖ ୨୮ ଅଗଷ୍ଟରୁ ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିଛି।

ବୟସ ସୀମା : ଏହି ପଦବୀ ପାଇଁ ସର୍ବନିମ୍ନ ବୟସ ସୀମା ୨୧ ବର୍ଷ ଆବଶ୍ୟକ ଥିବା ବେଳେ ସର୍ବାଧିକ ବୟସ ୪୦ ବର୍ଷ ରହିବା ଉଚିତ।

ଶିକ୍ଷାଗତ ଯୋଗ୍ୟତା : ପ୍ରାର୍ଥୀଙ୍କ ସର୍ବନିମ୍ନ ଯୋଗ୍ୟତା କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।ଇଚ୍ଛୁକ ପ୍ରାର୍ଥୀ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ, ମଧ୍ୟପ୍ରଦେଶର ଅଫିସିଆଲ ୱେବସାଇଟର ଲିଙ୍କକୁ ଯାଇ ଅନଲାଇନ ଆବେଦନ କରିପାରିବେ।

ଚୟନ ପ୍ରକ୍ରିୟା : ଅନଲାଇନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.