Home ଓଡ଼ିଶା ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ବନବିଭାଗ ପକ୍ଷରୁ ସାପ ଉଦ୍ଧାର ଯନ୍ତ୍ର ପ୍ରଦାନ

ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ବନବିଭାଗ ପକ୍ଷରୁ ସାପ ଉଦ୍ଧାର ଯନ୍ତ୍ର ପ୍ରଦାନ

69

ମାଲକାନଗିରି,୧୭ ।୬ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଜଙ୍ଗଲରୁ ଅନେକ ସାପ ସରିସୃପ ମାନେ ସହର ଓ ଗ୍ରାମରେ ପ୍ରବେଶ କରିଥାନ୍ତି,ସାପ କାମୁଡା ରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଥାଏ । ଜିଲ୍ଲାରେ ଥିବା ସ୍ନେକ ହେଲ୍ପ ଲାଇନ ର ସଦସ୍ୟ ମାନେ ବିନା ଯନ୍ତ୍ରରେ କେବଳ ବାଡି ଦ୍ୱାରା ସହର ଓ ଗାଁ ଗହଳର ଲୋକମାନଙ୍କୁ ଘରୁ ଅନେକ ସାପଙ୍କୁ ଉଦ୍ଧାର କରି ଜଙ୍ଗଲରେ ଛାଡିସାରିଲେଣି । ଏହି ସବୁକୁ ଦୃଷ୍ଟିରେ ରଖି ଜିଲ୍ଲାବନବିଭାଗ ପକ୍ଷରୁ ମାଲକାନଗିରି ରେଜଂର ଜଗନ୍ନାଥ ବିଷୋୟୀ ଆଜି ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଅତ୍ୟାଧୁନିକ ସାପ ଉଦ୍ଧାର ଯନ୍ତ୍ର,ସହିତ ହେର୍ଡ ଲ୍ୟାମ୍ପ ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଏହି ଯନ୍ତ୍ରଗୁଡିକ ସାପ ଉଦ୍ଧାର କାର୍ଯ୍ୟରେ ସହାୟକ ହେବା ସହିତ ଲୋକଙ୍କ ଘେର ପସୁଥିବା ସାପ ଧରିବା କ୍ଷେତ୍ରରେ ସହଜ ହେବ ବୋଲି ରେଜଂର ଶ୍ରୀ ବିଷୋୟୀ ପ୍ରକାଶ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.