Home ଓଡ଼ିଶା ସ୍ନାନଯାତ୍ରା ପାଇଁ ଦଇତାପତି ସେବକଙ୍କ କୋଭିଡ୍ ପରୀକ୍ଷା ଆରମ୍ଭ

ସ୍ନାନଯାତ୍ରା ପାଇଁ ଦଇତାପତି ସେବକଙ୍କ କୋଭିଡ୍ ପରୀକ୍ଷା ଆରମ୍ଭ

96

ପୁରୀ, ୨୭/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସ୍ନାନଯାତ୍ରା ପାଇଁ ଆଜି ୭୫ ଜଣ ଦୈତାପତି ସେବକଙ୍କ ଠାରୁ ସଂଗ୍ରହ କରାଯାଇଛି କୋଭିଡ୍ ଟେଷ୍ଟ ନେଇ ସ୍ୱାବ୍ ନମୁନା। ଆସନ୍ତା କାଲି ଅନ୍ୟ ୭୫ ଜଣ ଦୈତାପତି ସେବକ ଓ ପରବର୍ତ୍ତୀ ସମୟରେ ଗରାବଡୁ ସେବକଙ୍କ ସମେତ ଅନ୍ୟ ସେବାୟତଙ୍କ ଠାରୁ ସ୍ୱାବ୍ ନମୁନା ସଂଗ୍ରହ ନେଇ ଯୋଜନା ରହିଥିବା ବେଳେ ନିଆରା ଅନୁଭୁତି ଭିତରେ ଦୈତାପତି ମାନେ ଉତ୍ସାହର ସହ କୋଭିଡ୍ ଟେଷ୍ଟ ପାଇଁ ସହଯୋଗ କରିଥିଲେ। ଅନ୍ୟପଟେ ଆଜି ୩ ରଥର ସମସ୍ତ ଚକ ଓ ଅଖ ନିର୍ମାଣ ଶେଷ ହୋଇଥିବା ବେଳେ ଦଣ୍ଡା ଗରଗରା ଗୟଳ ମୋଡ କାର୍ଯ୍ୟ ଯୋରସୋର ରେ ଚାଲିଛି। ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ସ୍ନାନଯାତ୍ରା ର ପ୍ରସ୍ତୁତି। ଜୁନ ୫ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ସ୍ନାନ ପୂର୍ଣ୍ଣିମାରେ ନିୟୋଜିତ ହେବାକୁ ଥିବା ସମସ୍ତ ସେବକଙ୍କ କୋଭିଡ୍ ଟେଷ୍ଟ କରିବାନେଇ ଶ୍ରୀ ମନ୍ଦିର ପ୍ରଶାସନ ନିଷ୍ପତି ନେଇଛି। ନିଷ୍ପତି ମୁତାବକ ଦୈତାପତି ନିଯୋଗ ପକ୍ଷରୁ ଦିଆଯାଇଥିବା ୧୫୦ ଜଣ ସେବାୟତ ଙ୍କ ତାଲିକା ମଧ୍ୟରୁ ଆଜି ୭୫ ଜଣଙ୍କ କରାଯାଇଛି ସ୍ୱାବ୍ ସଂଗ୍ରହ। ଆସନ୍ତା କାଲି ଅନ୍ୟ ୭୫ ଜଣ ସେବାୟତ ଙ୍କ ସ୍ୱାବ୍ ପରୀକ୍ଷା କରାଯିବ। ପରବର୍ତ୍ତୀ ସମୟରେ ଗରାବଡୁ ସେବକ ଓ ସ୍ନାନ ଯତ୍ରା ରେ ନିୟୋଜିତ ହେବାକୁ ଥିବା ଅନ୍ୟାନ୍ୟ ସେବାୟତଙ୍କ କୋଭିଡ୍ ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯିବ। ୨ ଟି ମେଡିକାଲ ଟିମ ମାଧ୍ୟମରେ ଶ୍ରୀ ମନ୍ଦିର କାର୍ଯ୍ୟାଳୟରେ ସ୍ୱାବ୍ ସଂଗ୍ରହ କରାଯାଇଥିବା ବେଳେ ଉତ୍ସାହର ସହିତ ଆଜି ଦୈତାପତି ମାନେ ଯୋଗଦାନ କରିଥିଲେ। ସ୍ନାନଯାତ୍ରା ପାଇଁ ସରକାରଙ୍କ ଗାଇଡ ଲାଇନ କୁ ମାନି ଚଳିତ ବର୍ଷ ସ୍ୱାସ୍ଥ୍ୟ ପରୀକ୍ଷା ସଂପୂର୍ଣ୍ଣ ଭିନ୍ନ ଓ ନିଆରା ବୋଲି ମତବ୍ୟକ୍ତ କରିଛନ୍ତି ବରିଷ୍ଠ ଦୈତାପତି ସେବାୟତ ରାମକୃଷ୍ଣ ଦାସ ମହାପାତ୍ର। ଆଜି ଅପରାହ୍ନ ରେ ଛତିଶା ନିଯୋଗ ବୈଠକରେ କି ନିଷ୍ପତି ନିଆଯାଉଛି ତାହା ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.