Home ଓଡ଼ିଶା ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଚୂଡାନ୍ତ

ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଚୂଡାନ୍ତ

125

ପୁରୀ ୨୭-୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ଛତିଶା ନିଯୋଗ ବୈଠକରେ ଜୁନ୍ ୫ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଚୂଡାନ୍ତ ହେଇଛି। ଭୋର୍ ୧ଟା ରୁ ୪ଟା ମଧ୍ୟରେ ଅନୁଷ୍ଠିତ ହେବ ଶ୍ରୀଜିଉମାନଙ୍କ ଧାଡ଼ି ପହଣ୍ଡି। ପ୍ରାତଃ ୪:୩୦ରେ ହେବ ମଙ୍ଗଳ ଆଳତୀ। ୪:୪୦ରେ ମଇଲମ। ୫ଟାରେ ତଡ଼ପ ଲାଗି। ପରେ ଅଧର ପୋଛା, ଅବକାଶ, ରୋଷହୋମ, ବେଶ ଶେଷ, ସୂର୍ଯ୍ୟ ପୂଜା ଓ ଅନ୍ୟାନ୍ୟ ନୀତି।

ସକାଳ ୭:୩୦ରୁ ୯:୩୦ ମଧ୍ୟରେ ହେବ ଜଳ ବିଜେ,ପୂଜା ଓ ସ୍ନାନନୀତି। ୧୦:୩୦ଟାରେ ସ୍ନାନ ବେଦୀରେ ଗଜପତିଙ୍କ ଦ୍ୱାରା ଛେରାପହଁରା। ଦିନ ୧୧ଟା ରୁ ୧୨ ମଧ୍ୟରେ ହାତୀବେଶ। ଦିନ ୧ ରୁ ୩ଟା ମଧ୍ୟରେ ସକାଳ ଧୂପ ନୀତି। ସନ୍ଧ୍ୟା ୫ ରୁ ୮ ମଧ୍ୟରେ ବିଗ୍ରହଙ୍କ ଅଣସର ଘରକୁ ବାହୁଡା। ପହଣ୍ଡି ନୀତି। ତେବେ କରୋନା କଟକଣା ଯୋଗୁଁ ସାହାଣ ମେଲା ଦର୍ଶନ ବନ୍ଦ ରହିବ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.