Home ଓଡ଼ିଶା ସ୍ଥାନୀୟ ନିଯୁକ୍ତି ସହ ଅନ୍ୟାନ ୬ଦଫା ଦାବିନେଇ ଜିଲ୍ଲାଆଦିବାସୀ ମହାସଂଘର ସାମ୍ବାଦିକ ସମ୍ମିଳନୀ

ସ୍ଥାନୀୟ ନିଯୁକ୍ତି ସହ ଅନ୍ୟାନ ୬ଦଫା ଦାବିନେଇ ଜିଲ୍ଲାଆଦିବାସୀ ମହାସଂଘର ସାମ୍ବାଦିକ ସମ୍ମିଳନୀ

41

ମାଲକାନଗିରି,୧୯ା୯ (ଓଡିଆ ପୁଅ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ସ୍ଥାନୀୟ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ ସରକାରି ବେସରକରି କାର୍ଯ୍ୟାଳୟ ମାନଙ୍କରେ ନିଯୁକ୍ତି ଦେବା ସହ ଅନ୍ୟାନ ୬ଦଫା ଦାବିନେଇ ଜିଲ୍ଲା ଆଦିବାସୀ ମହାସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି । । ସ୍ଥାନୀୟ ଜିଲ୍ଲା ଅନୁସୂଚିତ ଜାତି ଓ ଅନୁସୁଚିତ ଜନଜାତୀ ସଂଘ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଆଦିବାସୀ ମହାସଂଘର ସଭାପତି ଘନସ୍ୟାମ ମାଡକାମି ଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଜିଲ୍ଲାରେ ଜିଏରଏସ ପଦବି ସହିତ ଅନ୍ୟାନ ସରକାରି ପଦପଦବି ରେ ସ୍ଥାନୀୟ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦିଆଯାଉ,୨୦୧୨ ମସିହାର ଆଇନ ଅନୁସାରେ ସ୍ଥନୀୟ ନିଯୁକ୍ତି ପ୍ରକ୍ରିୟାକୁ ପୁନ୍ନର୍ବାର ପ୍ରଚଳନ କରାଯାଉ,ଜିଆରଏସ ପଦବୀ ଏସି ଓ ଏସଟି ସଂରକ୍ଷଣ ବ୍ୟବସ୍ଥା ଅନୁସାରେ
ପୁନ ର୍ବାର ପୁନ୍ନ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରାଯାଉ,ପ୍ରାଥମିକ ଶିକ୍ଷା ଠାରୁ ହାଇସ୍ଲୁଲ ପର୍ଯ୍ୟନ୍ତ ମାଲକାନଗରି ଜିଲ୍ଲାରେ ଶିକ୍ଷାଗ୍ରହଣ କରିଥିବା ପିଲାମାନଙ୍କୁ ନିଯୁକ୍ତି ଦିଆଯାଉ,ଜାଲିଆତି ମାଧ୍ୟମରେ ଜାଲ ଜାତିଗତ ପ୍ରମାଣ ପତ୍ର ଦ୍ୱାରା ଚାକିରୀ ପାଇଥିବା କିମ୍ବା ଆବେଦନକାରି ଙ୍କ ଉପରେ କାର୍ଯ୍ୟାନୁଷ୍ଟିନ ଗ୍ରହଣ କରାଯାଉ,ଆଦିବାସୀ ଙ୍କ ପଟା ଜମିକୁ ହଡପ କରିଥିବା ଅଣଆଦିବାସୀ ଙ୍କ ଉପରେ କାର୍ଯ୍ୟୁନିଷ୍ଟାନ ଗ୍ରହଣ କରିବା ସହ ସେମାନଙ୍କ ଜମିପଟାକୁ ଖାରଜ କରି ଆଦିବାସୀଙ୍କୁ ବଟାଂଯାଉ ବୋଲି ଦାବିଉପସ୍ଥାପନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟାନ ମାନଙ୍କ ମଧ୍ୟରେ ଦୁରଆ ଆଦିବାସୀ ସମାଜର ସଭାପତି ମଙ୍ଗଳା ଦୁରୁଆ,ପରଜା ଆଦିବାସୀ ସମାଜର ସଭାପତି ଘେନୁମୁଦୁଲି,ଲକ୍ଷ୍‌ମଣ ଚନ୍ଦ୍ର ଘରାମୀ,ଦଶରଥ ମାଡକାମି,ଜରା ଶବର ମାଢୀ,ସଂଜୟ କୁମାର ମାଡକାମି,ରୁପାଲି ମାଡକାମି,ହରିବନ୍ଧୁ ଗୋଲରୀ ପ୍ରମୁଖ ଆଦିବାସୀ ନେତା ଓ ସ୍ଥାନୀୟ ଶିକ୍ଷିତ ଯୁବକ ଯୁବତୀ ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗନେଇ ଥିଲେ । ଆଜି ରବିବାର ଛୁଟି ଦିନ ଥିବାରୁ ଆସନ୍ତା କାଲି ଏହି ଦାବିନେଇ ଜିଲ୍ଲାପାଳ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବା ପାଇଁ ନିସ୍ପତି ନିଆ ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.