Home ଜିଲ୍ଲା ପରିକ୍ରମା ସ୍ଥଳସେନା ଦିବସରେ ଅବସରପ୍ରାପ୍ତ ସୈନିକଙ୍କୁ ସମ୍ବର୍ଦ୍ଧନା

ସ୍ଥଳସେନା ଦିବସରେ ଅବସରପ୍ରାପ୍ତ ସୈନିକଙ୍କୁ ସମ୍ବର୍ଦ୍ଧନା

11

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୭୩ ତମ ସ୍ଥଳସେନା ଦିବସ ପାଳନ ଅବସରରେ ଭଣ୍ଡାରିପୋଖରୀ ବିଜେପି ପକ୍ଷରୁ ବିଧାନସଭା ନେତା ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ଅବସରପ୍ରାପ୍ତ ସେନା ଅଧିକାରୀ ସତ୍ୟପ୍ରିୟ ମହାପାତ୍ରଙ୍କୁ ବିଷ୍ଣୁପୁର ବାସଭବନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଦଳୀୟ ସହଯୋଗୀ ଶ୍ରୀ ମହାପାତ୍ର ଓ ତାଙ୍କ ପିତା ପ୍ରଭାକର ମହାପାତ୍ରଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ । ସେନାଅଧିକାରୀ ଶ୍ରୀ ମହାପାତ୍ରଙ୍କ ପରାକ୍ରମ, ସାହସ ଓ ନିସ୍ୱାର୍ଥପର ସେବା ଯୁବପିଢିଙ୍କୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ଧଳ ଆଶା ପ୍ରକାଶ କରିଥିଲେ । ପୂର୍ଣ୍ଣଚନ୍ଦ୍ର ଖିଲାର, ସୁରେଶ ସାମଲ, ଜୟକୃଷ୍ଣ ନାୟକ, ନିରଞ୍ଜନ ବାରିକ, ରବିନାରାୟଣ ସାହୁ, ତପନ ପାତ୍ର, ପିତାମ୍ବର ପଣ୍ଡା, ବିଷ୍ଣୁମୋହନ ସେଠୀ ପ୍ରମୁଖ ଦଳୀୟ ନେତାମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.