Home ଓଡ଼ିଶା ସ୍କୁଲରେ ଚାଲିଛି ହରିନାମ ସଙ୍କୀର୍ତ୍ତନ

ସ୍କୁଲରେ ଚାଲିଛି ହରିନାମ ସଙ୍କୀର୍ତ୍ତନ

30

ପୁରୀ ୨୫-୭ (ଓଡ଼ିଆ ପୁଅ) ସ୍କୁଲ୍ ଭିତରେ ବସିଛନ୍ତି ଛାତ୍ରଛାତ୍ରୀ। ସ୍କୁଲ ଭିତରେ ଚାଲିଛି ହରିନାମ ସଙ୍କୀର୍ତ୍ତନ। ଖୋଦ୍ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ନିମାପଡ଼ା ଅଂଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ତେବେ ସ୍କୁଲରେ ପାଠ ପଢା ବଦଳରେ ଚାଲିଛି ହରିନାମ ସଙ୍କୀର୍ତ୍ତନ। ସରକାର କହୁଛନ୍ତି ସଠିକ ଚାଲିଛି ଶିକ୍ଷା ବ୍ୟବସ୍ଥା। ଏପଟେ ସ୍କୁଲ ରେ ପାଠ ପଢା ବଦଳରେ ଚାଲିଛି ହରିନାମ ସଙ୍କୀର୍ତ୍ତନ। ପିଲା ବହି ବସ୍ତାନି ଧରି ବସି ଶୁଣୁଛନ୍ତି ହରିନାମ ସଙ୍କୀର୍ତ୍ତନ। ଏପରି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡ଼ା ଉପକଣ୍ଠ ଖେଲାର ନିକଟସ୍ଥ ବିଶ୍ୱାଳପଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ସ୍କୁଲକୁ ପିଲା ପାଠପଢ଼ିବାକୁ ଆସିଥିବା ବେଳେ ସ୍କୁଲରେ ହରିବୋଲ, ହୁଳହୁଳି ସଂକୀର୍ତ୍ତନ ବାଜା, ଝାଞ୍ଜରେ କମ୍ପି ଉଠୁଛି ସ୍କୁଲ ପରିସର। ପିଲାମାନେ ବହି ବସ୍ତାନି ଥୋଇ ହରିନାମ ଶୁଣିବା ସହ ସଂକୀର୍ତନର ତାଳେ ତାଳେ ତାଳି ମାରି ନାଚୁଛନ୍ତି। ସେପଟେ ବିଦ୍ୟାଳୟମାନଙ୍କରେ ସଠିକ ପାଠ ପଢା ହଉଛି ବୋଲି ଗଣଶିକ୍ଷା ମନ୍ତ୍ରୀ ଡିଣ୍ଡିମ ପିଟୁଥିବା ବେଳେ ଇଏ ହେଉଛି ବାସ୍ତବ ଚିତ୍ର। ତେବେ ଏଭଳି ଶିକ୍ଷା କେନ୍ଦ୍ରରେ ପାଠ ପଢା ସମୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତିରେ କିଭଳି ହରିନାମ ସଙ୍କୀର୍ତ୍ତନ ଆୟୋଜନ କରାଯାଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେପଟେ ବ୍ଲକ ଶିକ୍ଷା ଅଧିକାରୀ କିପରି ଏ ଘଟଣା ସମ୍ପର୍କରେ ଜାଣିପାରୁନାହାନ୍ତି ତାହା ଏବେ ଅଭିଭାବକମାନେ ଚିନ୍ତା ପ୍ରକଟ କରିଛନ୍ତି। ଏହି ଘଟଣାର ସଠିକ ତଦନ୍ତ କରାଯିବା ସହ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ସାଧାରଣରେ ଦାବି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.