Home ଓଡ଼ିଶା ଶ୍ରାବଣ ମାସର ଦ୍ବିତୀୟ ସୋମବାରରେ ଶ୍ରୀଲୋକନାଥଙ୍କ ପୀଠରେ ହଜାର ହଜାର ବୋଲବମ୍ ଭକ୍ତଙ୍କ ଭିଡ଼

ଶ୍ରାବଣ ମାସର ଦ୍ବିତୀୟ ସୋମବାରରେ ଶ୍ରୀଲୋକନାଥଙ୍କ ପୀଠରେ ହଜାର ହଜାର ବୋଲବମ୍ ଭକ୍ତଙ୍କ ଭିଡ଼

44

ପୁରୀ ୨୫-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ହେଉଛି ପବିତ୍ର ଶ୍ରାବଣ ମାସର ଦ୍ବିତୀୟ ସୋମବାର। ପୁରୀର ପ୍ରଭୁ ଶ୍ରୀଲୋକନାଥଙ୍କ ପୀଠରେ ହଜାର ହଜାର ବୋଲବମ୍ ଭକ୍ତଙ୍କ ଭିଡ଼ ଜମିଥିଲା। ଲୋକନାଥଙ୍କ ନିକଟରେ ଜଳଲାଗି କରିଛନ୍ତି ହଜାର ହଜାର କାଉଡ଼ିଆ ଭକ୍ତ। ଏହି ଅବସରରେ ପୁରୀର ଶ୍ରୀ ଲୋକନାଥଙ୍କ ପୀଠ ହୋଇ ଉଠିଛି ବେଶ୍ ଉତ୍ସବ ମୁଖର। ଭକ୍ତମୟ ପରିବେଶରେ ଚାଲିଛି ମହାପ୍ରଭୁଙ୍କ ନିକଟରେ ଜଳଲାଗି। ହଜାର ହଜାର ବୋଲବମ୍ ଭକ୍ତ ଗତକାଲି ରାତି ୧୨ଟାରେ ଦ୍ୱାର ଫିଟା ନୀତି ସରିବା ପରେ ରାତି ଗୋଟାଏ ରୁ ଶ୍ରୀଲୋକନାଥଙ୍କ ନିକଟରେ ଜଳଲାଗି କରୁଛନ୍ତି। ବିଭିନ୍ନ ନଦୀରୁ ଜଳ ଉଠାଇ ଶ୍ରୀ ଲୋକନାଥଙ୍କ ସାନିଧ୍ୟ ନେବା ସହ ଜଳଲାଗି କରିଛନ୍ତି କାଉଡ଼ିଆ। କରୋନା କଟକଣା ଯୋଗୁଁ ଦୁଇବର୍ଷ ହେବ ବୋଲବମ୍ ଭକ୍ତ ମହାପ୍ରଭୁଙ୍କ ନିକଟରେ ଜଳଲାଗି କରିବାରୁ ବଞ୍ଚିତ ହୋଇଥିଲା ବେଳେ ଚଳିତ ବର୍ଷ କଟକଣା ନଥିବାରୁ ଜଳ ଲାଗି କରି ବେଶ ଉତ୍ସାହିତ କାଉଡ଼ିଆ। ସେପଟେ ହଜାର ହଜାର ବୋଲବମ୍ ଭକ୍ତଙ୍କ ଭିଡ଼କୁ ଲକ୍ଷ୍ୟ କରି ଶୃଙ୍ଖଳିତ ଦର୍ଶନ ପାଇଁ ବେରିକେଡ କରାଯାଇ ଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.