Home ଓଡ଼ିଶା ସ୍କୁଟି ଚୋରି ଅଭିଯୋଗରେ ଯୁବତୀଙ୍କୁ କୋର୍ଟ ଚାଲାଣ

ସ୍କୁଟି ଚୋରି ଅଭିଯୋଗରେ ଯୁବତୀଙ୍କୁ କୋର୍ଟ ଚାଲାଣ

152

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)- ମୋଟର୍ ସାଇକେଲ୍ ଚୋରଙ୍କ ସଂଖ୍ୟା ବଢୁଥିବା ବେଳେ ପୋଲିସ୍ ଅନେକ ର‌୍ୟାକେଟ୍‌କୁ ଧରିବାରେ ସକ୍ଷମ ହେଉଛି । କିନ୍ତୁ ରଣପୁର ଅଂଚଳରେ ସ୍କୁଟି ଚୋରି କରୁଥିବା ଅଭିଯୋଗରେ ଜଣେ ଯୁବତୀ ଗିରଫ୍ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ରଣପୁର ଥାନା ପୋଲିସ୍ ଗିରଫ୍ ଯୁବତୀ ତୃପ୍ତିମୟୀ ମହାପାତ୍ର ଓରଫ୍ ଟିକିନା (୧୯) କେରଣ୍ଡାଟାଙ୍ଗି ପଂଚାୟତ ବୃନ୍ଦାବନ ବିହାରୀ ପୁର ଙ୍କୁ ରଣପୁର କୋର୍ଟ କୁ ଚାଲାଣ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଗତ ମେ ୧୫ ତାରିଖ ସକାଲୁ ଏକ ହୋଟେଲ୍ ସାମନ୍‌ାରେ ଚଣ୍ଡେଶ୍ୱର ସାହିର ମନୁ ଦାସଙ୍କ ପୁଅ ପ୍ରଶାନ୍ତ ଦାସ ସ୍କୁଟି ଥୋଇ କାର୍ଯ୍ୟ ବ୍ୟସ୍ତ ଥିଲେ ।

ସକାଳ ୭ ଘଟିକା ସମୟରେ ତାଙ୍କ ସ୍କୁଟି ଚୋରି ହୋଇଯାଇଥିଲା । ରଣପୁର ଥାନାରେ ଏତାଲା ଦେବା ପରେ ପୋଲିସ୍ ସ୍କୁଟିରେ ଜି.ପି. ଏସ୍ ମୋଡ୍ ଲାଗିଥିବା ଜଣାପଡିଥିଲା ଯେ ସ୍କୁଟି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ବାଙ୍କୋଇ ଫାଣ୍ଡି ଆରିକିମା ଗ୍ରାମରେ ଅଛି । ତେଣୁ ରଣପୁର ପୋଲିସ୍ ସେଠାକୁ ଯାଇ ସ୍କୁଟି ଜବତ କରିବା ସହିତ ଜାଣିବାକୁ ପାଇଥିଲେ ସେଇ ଗାଡି ଯୁବତୀ ତୃପ୍ତିମୟୀ ମହାପାତ୍ର ନେଇଥିଲେ । ତେଣୁ ସେଠାରୁ ଯୁବତୀଙ୍କୁ ଗିରଫ କରାଯାଇଥିଲା । ଯୁବତୀଙ୍କୁ କୋର୍ଟ ଚାଲାଣ ପରେ ଜାମିନ୍ ଆବେଦନ ଖାରଜ ହେବାରୁ ରଣପୁର ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.